Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁରରେ ପହଞ୍ଚିଲା ‘କଳାହାଣ୍ଡି @୭୫ ରଥ’ : ପ୍ରାକୃତିକ ଯନ୍ତ୍ରୀ କାର୍ଜୀ ମାଝୀଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା

କଳାହାଣ୍ଡି, ୨୬/୧୦- ଏ ବର୍ଷ କଳାହାଣ୍ଡି ଜିଲ୍ଲା ଗଠନର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଭାସ୍କର ଏକ ନିଆରା ପଦକ୍ଷେପ ନିଆଯାଇଛି। କଳାହାଣ୍ଡି @୭୫ ନାମରେ ନାମିତ ଏହି କାର୍ଯ୍ୟକ୍ରମରେ ଏକ ସଚେତନତା ରଥ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକ ପରିକ୍ରମା କରିବା ସହିତ କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ପ୍ରାଣ ପ୍ରାଚୁର୍ଯ୍ୟ ସମ୍ପର୍କରେ ପ୍ରଚାର, ପ୍ରସାର କରିବ ବୋଲି ସୂଚନା ମିଳିଛି। ଆଜି ଏହି ରଥ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ପହଂଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଓଡ଼ିଶା ଭାସ୍କର ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଖ୍ୟାତ ପ୍ରାକୃତିକ ଯନ୍ତ୍ରୀ କାର୍ଜୀ ମାଝୀଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା। ତାଙ୍କ ପୁଅ ତେତେରା ମାଝୀ ଟ୍ରଫି ଓ ଉତ୍ତରୀୟ ଗ୍ରହଣ କରିଥିଲେ। ଏହି ଅବସରରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ଲଳିତ କାନୁନଗୋ, ପ୍ରସାରଣ ବିଭାଗ ମୁଖ୍ୟ ବିମ୍ବାଧର ମହାରଣା, ଓଡ଼ିଶା ଭାସ୍କର ଲାଇଭର ବ୍ୟବସାୟିକ ମୁଖ୍ୟ ସୁନୀଲ କୁମାର ମିଶ୍ର, ନ୍ୟୁଜ ବିଭାଗ ମୁଖ୍ୟ ଉଜ୍ଜ୍ୱଳକାନ୍ଥ ପରିଡ଼ା, ରାକେଶ ନାୟକ, ସରୋଜ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ମନରଞ୍ଜନ ବିଶି, ସାମ୍ବାଦିକ ସନ୍ତୋଷ ତୁଳ, ଗୋପାଳଦାସ ମହାନନ୍ଦ, ନୀଲେଶ କୁମାର ନାଗ, ଫକୀର ବିଶି, ଲକ୍ଷ୍ମୀଧର ସନ୍ତୋଷରାୟ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହରିହର କୁମାର, ତରୁଣ କୁମାର ଦାସ, ସେନ ମାଝୀ, ପ୍ରଦୀପ କରୁଆଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଅତିଥିମାନେ ବ୍ଲକ ଛକରେ ଥିବା ବିଶ୍ୱରତ୍ନ ବାବାସାହେବ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।