Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେସଲରଙ୍କୁ ସଡକରେ ଦେଖି ଭାବୁକ ହେଲେ ନୀରଜ ଚୋପ୍ରା, ଟୁଇଟ୍ କରି କହିଲେ ହୃଦୟର କଥା

ନୂଆଦିଲ୍ଲୀ: ନ୍ୟାୟ ଦାବିରେ ଏପ୍ରିଲ ୨୩ରେ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ଦେଶର ଖ୍ୟାତାନାମା ଅନେକ କୁସ୍ତିଯୋଦ୍ଧା। ଏହି ସବୁ ଖେଳାଳି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି। ଏହି କ୍ରମରେ ରେସଲରଙ୍କୁ ସମର୍ଥନ କରିବା ପାଇଁ ଆଗକୁ ଆସିଛନ୍ତି ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ଦେଶର ଏହି ତାରକା ଆଥଲେଟ୍ ଶୁକ୍ରବାର ଟୁଇଟ୍ କରି ମାମଲାର ତୁରନ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି।

ନୀରଜ ନିଜର ଟୁଇଟରେ ଲେଖିଛନ୍ତି, ମୋତେ ଏହା ଦେଖି ଦୁଃଖ ଲାଗୁଛି ଯେ ଆମର ଖେଳାଳି ଏହି ପରି ସଡକରେ ନ୍ୟାୟର ଭିକ୍ଷା ମାଗୁଛନ୍ତି। ସେମାନେ ବହୁତ ପରିଶ୍ରମ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଏକ ଦେଶ ହିସାବରେ ଆମର ଦାୟିତ୍ଵ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନର ରକ୍ଷା କରାଯାଉ, ସେ ଆଥଲେଟ୍ ହୁଅନ୍ତୁ କି ନ ହୁଅନ୍ତୁ। ଯାହା କିଛି ଘଟୁଛି ତାହା ହେବାର ନଥିଲା। ଏହା ବହୁତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାର ନିରପେକ୍ଷ ତଦନ୍ତ ହେବା ଉଚିତ୍। ନ୍ୟାୟ ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ନୀରଜ କହିଛନ୍ତି।

ନୀରଜ ଚୋପ୍ରାଙ୍କ ବ୍ୟତୀତ ଗୁରୁବାର ଭାରତକୁ ପ୍ରଥମ ବିଶ୍ଵକପ୍ ଜିତାଇଥିବା ଅଧିନାୟକ କପିଲ୍ ଦେବ ରେସଲରଙ୍କ ପାଇଁ ନ୍ୟାୟର ଦାବି କରିଛନ୍ତି। ସେ କୁସ୍ତିଯୋଦ୍ଧାଙ୍କ ଫଟୋ ସେୟାର କରି ପ୍ରଶ୍ନ କରିଥିଲେ ଯେ, ଦେଶକୁ ଗୌରବାନ୍ଵିତ କରିଥିବା ଏହି ଖେଳାଳିଙ୍କୁ ନ୍ୟାୟ ମିଳିବ। କପିଲ୍ ଦେବ ମଧ୍ୟ ହରିୟାଣାର ବାସିନ୍ଦା। ତାଙ୍କ ବ୍ୟତୀତ ଅନ୍ୟ କୌଣସି କ୍ରିକେଟର ଅଦ୍ୟାବଧି ରେସଲରମାନଙ୍କ ଧାରଣାର ସମର୍ଥନ କରି ନାହାନ୍ତି।
,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ