Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଇସାଇଡ୍‌ ନୋଟ୍‌ ନେଇ ମୋଦୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ; କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସୁଇସାଇଡ୍ ସମ୍ବନ୍ଧୀୟ ଏକ ଜୋକକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପ୍ରିୟଙ୍କା । କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଯେଉଁମାନେ ତାଙ୍କ ଜୋକକୁ ନେଇ ପରିହାସ କରୁଛନ୍ତି, ସେମାନେ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ପରିହାସ କରିବା ପରିବର୍ତ୍ତେ ନିଜକୁ ଅଧିକ ଶିକ୍ଷିତ କରିବା ଆବଶ୍ୟକ।

ବୁଧବାର ଏକ ଟିଭି ଚ୍ୟାନେଲରେ ମୋଦୀ କହିଥିଲେ, ଜଣେ ପ୍ରଫେସର ତାଙ୍କ ଝିଅର ସୁସାଇଡ୍ ନୋଟ୍ ପଢ଼ିବା ବେଳେ ମନ୍ତବ୍ୟ କରିଥିଲେ ଯେ ସେଥିରେ ଗୋଟିଏ ବନାନ ଭୁଲ୍ ରହିଯାଇଛି । ଏତେ ବର୍ଷ ଧରି ଝିଅକୁ ପଢ଼ାଇବାରେ ସେ କଠିନ ପରିଶ୍ରମ କରିଥିଲେ ମଧ୍ୟ ତାଙ୍କ ଝିଅ ବନାନ ଭୁଲ୍ କରୁଛି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଜୋକକୁ ବିରୋଧ କରି ପ୍ରିୟଙ୍କା ଏଭଳି ଟ୍ୱିଟ୍ କରିଛନ୍ତି ।