Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଦାବିପତ୍ର

କୋରାପୁଟ: ଜିଲ୍ଲା ଲଷ୍ମୀପୂର ବ୍ଲକ ଅବସର ପ୍ରାପ୍ତ କର୍ମଚାରି ସଂଘ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ ଲରାଜାଇଛି। ଲଷ୍ମୀପୂର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଏହି ଦାବି ପତ୍ର ଗ୍ରହଣ କରିଛନ୍ତି।ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ମହାଦେବ ଶତପଥି,ଉପସଭାପତି ମାଥ୍ୟୁ ଗରଡ଼ା,ସହ ସମ୍ପାଦକ ବଳଭଦ୍ରଖରା ଓ ସଭ୍ୟ ସୀମା ଞ୍ଚଳ ଗରଡ଼ା ପ୍ରଭୁତି ଦାବି ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଚିକିତ୍ସା ଭତ୍ତା, ପେନସନ ବିଭାଗର ପୁନଃ ଅବସ୍ଥାପିତ,ସପ୍ତମ ବେତନ କମିଶନ ଅନୁସାରେ ପେନସନ ପ୍ରଦାନ, ୮୦ ବର୍ଷ ପରେ ଦିଆଯାଉଥିବା ଅତିରିକ୍ତ ପେନସନ୍ ୬୪ ବର୍ଷ କରାଯାଉ, ରେଳ ଓ ବସ ଯାତ୍ରାରେ ବରିଷ୍ଠ ନାଗରିକ ଙ୍କୁ ୫୦ ସତକଡା ରିହାତି ଦିଆଯାଉ l କରୋନା ସମୟରେ ବନ୍ଦ କରାଯାଇ ଥିବା ୧୮ ସତକଡା ମହଙ୍ଗା ଭତ୍ତl ଓ ୪ ସତକଡା ମହଙ୍ଗା ଭତ୍ତା ଦେବା ପାଇଁ ଅନୁରୋଧ ଭଳି ଦାବି ଉକ୍ତ ଦାବି ପତ୍ରରେ ଉଲେଖ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ