Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିପିଆଇ(ଏମ ଏଲ) ଓଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଗଜପତି ଜିଲ୍ଲାର ଆଦିବାସୀକଂ ହକ ଓ ଅଧିକାର ପାଇଁ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା ଓ ବିକ୍ଷୋଭ

ସିପିଆଇ(ଏମ ଏଲ) ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଗଜପତି ଜିଲ୍ଲାର ଆଦିବାସୀକଂ ହକ ଓ ଅଧିକାର ପାଇଁ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା ଓ ବିକ୍ଷୋଭ
ପାରଳାଖେମୁଣ୍ଡି:୨୯/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକ ନିକଟସ୍ଥ ମାଣିକେଶ୍ବରୀ ମନ୍ଦିର ନିକଟରୁ ସିପିଆଇ(ଏମ୍ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷମୋର୍ଚ୍ଚା (ଏ ଏସ ଏମ) ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ଏକ ପ୍ରତିବାଦ ସଭା ରେ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାର ମୋନାଲିସା ଆଚାର୍ଯ୍ୟ କୁଂ ୨୦ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି। ଅନ୍ତରଡ଼ା ପଂଚାୟତ ଅଧୀନରେ ରହିଥ‌ିବା ଗୁଆର ଗାଁର ବସ୍ତି ଓ ମଶାଣି ଜମିକୁ ଚିହ୍ନଟ କରିବା, ତାବରଡା ଗାଁର ମଶାଣି ଜମି ଓ 40 ରୁ ଉର୍ଦ୍ଧ ଆଦିବାସୀ ମାନଙ୍କ ପଟା ଜମି ଚିହ୍ନଟ କରିବା, ଅନ୍ତରଡ଼ା ପଂଚାୟତ ଅଧୀନରେ ରହିଥ‌ିବା ମାଣିକପୁର ଗ୍ରାମରେ ବେ–ଆଇନ୍ ଗ୍ରାନାଇଟ୍‌ ପଥର ଲିଜ୍ ବାତିଲ କରିବା, ଜୟପୁର ଗ୍ରାମରେ ଅମରସିଂ ରାଇକାଙ୍କ ନାମରେ ଥ‌ିବା ଜମିକୁ ସମ୍ବଲପୁର ଆର. ଆଇ କେଡିପଦର ଗାଁ ର ଇଣ୍ଡିମ ଗମାଙ୍ଗ ଠାରୁ ଲାଞ୍ଚ ନେଇ ବେଆଇନ ଜମି ଚିନ୍ନଟ କରୁଛି ତୁରନ୍ତ ବରଖାସ୍ତ କରିବା, (ପ୍ରେମ ପ୍ଲାନ୍ ସଂସ୍ଥା) ଥିବା କାର୍ଯ୍ୟାଳୟକୁ ବେ ଆଇନ ବିକ୍ରି ହୋଇଛି ଏହାକୁ ବାହାର କରିବା, ମନରେଗା କାମର ଦୁର୍ନୀତି ବନ୍ଦ କରିବା ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା, ଗରିବ ଏବଂ ବିପିଏଲ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇବା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହାୟତା ୫ ଲକ୍ଷ ଟଙ୍କା ବୃଦ୍ଧି ଓ ମକା କେଜି ୧୦୦ /- ଟଙ୍କା କରିବା, ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ମହୁଲ, ଝୁଣା, ଝାଡୁ, ହଳଦୀ, ଟୋଲ, କାଜୁ, ଜଙ୍ଗଲଜାତ ଦ୍ରବ୍ୟ ଗୁଡ଼ିକ ଟି.ଡ଼ି.ସି.ସି କେନ୍ଦ୍ର ନିଶାନ୍ତ ଦାସ କଂ ଠାରୁ ଉଦ୍ଧାର କରିବା, ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ. ଓ ଅମିନ୍‌କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ରେସନ୍ କାର୍ଡଧାରୀଙ୍କୁ ୫୦ କେ.ଜି. ଚାଉଳ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା- ଚାଉଳ, ଗହମ,ମାଣ୍ଡିଆ ଇତ୍ୟାଦି ଯୋଗାଇବା, ଶୀତଳ ଭଣ୍ଡାର ଓ ଚାଷୀମାନଙ୍କ ଚଳସେଚନ ପାଇଁ ଜଳ ପ୍ରକଳ୍ପ ନିର୍ମାଣ କରି ଚାଷୀଙ୍କୁ ଜଳ ଯୋଗାଇବା, ଆଦିବାସୀ ଝିଅକୁ ଅଣ-ଆଦିବାସୀମାନେ ବିବାହ କରି ପଂଚାୟତର ସରପଂଚ ହେବା ନିୟମକୁ ରଦ୍ଧ ଓ ଜାତି ପ୍ରମାଣ ପତ୍ର ଯଥାଶିଘ୍ର ପ୍ରଦାନ କରିବା, ମାଣିକପୁର ଗ୍ରାମରେ ଟେଲିଫୋନ ଟାୱାର, ଭାଲିଆଛକ, ପଣସଗଛ, ବାଲିବାଡ଼, କନିଆ ପଥର, ବାଲିବାଡ଼ ଗଛ ଠାରେ ନିର୍ମାଣ ହୋଇଥ‌ିବା ଚେକ୍‌ଡ୍ୟାମ୍‌କୁ ପୁନଃରୁଦ୍ଧାର କରିବା, କିଜାଙ୍ଗ, ମାଣିକପୁର ଆର୍.ଡ଼ି.ରାସ୍ତା ଠାରୁ ତାବରପୁଟା, ଗୋବିନ୍ଦପୁର ଠାରୁ ବାଲିବାଡ଼, ମଙ୍ଗଳ ସାହିକୁ ପକ୍କା ରାସ୍ତା, ଅନୁଗୁରୁ ପଂଚାୟତର ଜୟପୁର, କେଡ଼ିପଦର ଗ୍ରାମକୁ ପକ୍କାରାସ୍ତା କରିବା । ନେଇ ଦାବୀ କରିଥଲେ l ଏହି ବିକ୍ଷୋଭ ଓ ଗଣ ଧାରଣା କାର୍ଯ୍ୟକ୍ରମ ରେନରସିଂହ ମଣ୍ଡଳ, ଏସମିନ ରଇତ (ୱାର୍ଡ ମେମ୍ଭର) ଶୁକୁମାରି ଗମାଙ୍ଗ (ପୁର୍ବତନ ସରପଞ୍ଚ) ବୃନ୍ଦାବନ ବିଡିକା, ମାଥ୍ୟୁ ରଇତ, ସର୍ବଶ୍ରୀ ଗମାଙ୍ଗ, ସେମ ବଡରଇତ, ଜେମସ ରଇତ, ଯାକୁବ କାର୍ଯୀ, ସୁଦାମ ରଇତ, ରଇସାନ ରଇତ, ରମେଶ ରଇତ, ରାଜେନ୍ଦ୍ର ମାଝୀ, କୈଳାସ ଶବର, ଝିରମିୟ ରଇତ, କରୂଣା କର ଲିମା ପ୍ରମୁଖ ଭାଗ ନେଇଥିଲେ l

More Stories