ପାରଳାଖେମୁଣ୍ଡି:୨୯/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରଶି ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କରିଥିଲେ | ଏହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ଜିଲ୍ଲାରେ ମୋଟ ୭୮ ଜଣଙ୍କୁ ବିବାହ ,ପ୍ରସୂତି, ମୃତ୍ୟୁ ଓ ଅନ୍ତିମ ସଂସ୍କାର ଭଳି ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି। ସେଥି ମଧ୍ୟରେ DBT ମୋଡ ମାଧ୍ୟମରେ ହିତାଧୀକାରୀ ମାନଙ୍କ ଆକାଉଣ୍ଟ କୁ ୫୧,୪୫,୦୦୦/- ଟଙ୍କା ସିଧାସଳଖ ପଠାଯାଇଛି।ଯାହା ମୃତ୍ୟୁ କାଳୀନ ସହାୟତା ବାବଦକୁ ୩୬ ଲକ୍ଷ ଟଙ୍କା ୧୮ଜଣ ଙ୍କୁ ଦିଆଯାଛି ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦକୁ ୧୮ ଜଣଙ୍କୁ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ବିବାହ କାଳୀନ ସହାୟତା ବାବଦକୁ ୨୭ ଜଣଙ୍କୁ ୧୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ଏଵଂ ପ୍ରସୂତି ସହାୟତା ବାବଦକୁ ୧୫ ଜଣଙ୍କୁ ୧ ଲକ୍ଷ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି |ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା, ସଂଯୋଜକ ଶ୍ରୀ ସୁକାନ୍ତ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଅନ୍ୟ ଶ୍ରମ ବିଭାଗୀୟ କର୍ମଚାରୀ ଓ ନିର୍ମାଣ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ |