Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ପୋଲିସ କୁ ମିଳିଛି ବଡ଼ ସଫଳତା ଲକ୍ଷାଧିକ ସୁନା ଗହଣା ଜବତ ସହ ଦୁଇ ଡକାୟତ ଗିରଫ ।

ମୋହନା ପୋଲିସ କୁ ମିଳିଛି ବଡ଼ ସଫଳତା ଲକ୍ଷାଧିକ ସୁନା ଗହଣା ଜବତ ସହ ଦୁଇ ଡକାୟତ ଗିରଫ ।
ପାରଳାଖେମୁଣ୍ଡି:୩୦/୧୦(ଆ ନି ସ) ଗଜପତି ଜିଲ୍ଲା ମୋହନା ବ୍ଲକ ମୋହନା ମୁଁଖ୍ୟ ରାଜପଥ କଡ଼ରେ ଥିବା ଏକ ସୁନା ଦୋକାନରୁ କିଛିଦିନ ତଳେ ଶ୍ରିହରି ନାମକ ସୁନା ଗହଣା ଦୋକାନ ସମ୍ମୁଖରୁ ଦୋକାନ ମାଲିକ ଙ୍କ ଠାରୁ ଗହଣା ବ୍ୟାଗ୍ ଓ ଟଙ୍କା ଛଡାଇ ନେଇଯାଇଥିଲେ । ଚୋରି ପରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ, R. ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପ୍ରୟାସ ରେ ଦୁଇଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଓ ଅନ୍ୟ ଜଣକ ସୋନପୁର ଜିଲ୍ଲା ର ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଗଜପତି ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା । ସୂଚନା ଥାଉକି ଗତ ୨୫/୯/୨୪ ତାରିଖ କେସ ସଂଖ୍ୟା | 88/24u/s 309(2)/3(5)BNS ACT ତଦନ୍ତ ଚଳାଇ ଥିବାବେଳେ ଆନମାନିକ ଗହଣା ହାରା ହାରି ସୁନା ୪୭୫ ଗ୍ରାମ୍ ଏବଂ ରୁପା ୩ କିଲୋ ୫୦୦ ଗ୍ରାମ୍ ଏବଂ ୪୦ ହଜାର ନଗଦ ଟଙ୍କା ମଧ୍ୟ ଜବତ କରିବା ସହ ଗାଡି ନଂ (OD 20C 5171) ଏକପଲ୍ସର୍ ବାଇକ୍ ମଧ୍ୟ ଜବତ କରିଛନ୍ତି ମୋହନା ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l