Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା : ଜେଲ ଗଲେ ଅବସରପ୍ରାପ୍ତ ଲାଞ୍ଜିଗଡ଼ ସିଡିପିଓ ଲକ୍ଷ୍ମୀବାଇ ଗୁରୁ

କଳାହାଣ୍ଡି, ୩୦/୧୦- ଅବସର ନେବା ପରେ ବି ପୁରୁଣା ଭିଜିଲାନ୍ସ ମାମଲାରେ ଜଣେ ଅବସର ପ୍ରାପ୍ତ ସିଡିପିଓଙ୍କୁ ଜେଲ ଯିବାକୁ ପଡିଛି। ଏପରି ଏକ ଘଟଣା ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ ଭାବେ କାର୍ଯ୍ୟରତ ଲକ୍ଷ୍ମୀବାଇ ଗୁରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବକେୟା ଥିବା ଛତୁଆ ବିଲ କରିଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଏହି ମାମଲାର ବିଚାର ଚାଲିଥିବାବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଶ୍ରୀମତୀ ଗୁରୁ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହିତ ୨୦ ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ତାଙ୍କ ପେନସନ ରାଶି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ତତ୍କାଳୀନ ଇନ୍ସପେକ୍ଟର ତଥା ବର୍ତ୍ତମାନ ଡିଏସପି ଭାବେ କାର୍ଯ୍ୟରତ ସଦାନନ୍ଦ ପାଣି ମାମଲାର ତଦନ୍ତ କରୁଥିବାବେଳେ ସ୍ୱତନ୍ତ୍ର ଭିଜିଲାନ୍ସ ଅଧିବକ୍ତା ପି. କେ ଦୋରା ମାମଲା ପରିଚାଳନା କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ