Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହର ଉପକଣ୍ଠ ସ୍ଥିତ ବରିଷ୍ଠ ନାଗରିକ ଆଶ୍ରା ଅନୁଷ୍ଠାନ ରେ ଦୀପାବଳୀ ପାଳନ

ପାରଳାଖେମୁଣ୍ଡି:୧/୧୧/୨୪ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସୁପୁତ୍ର ଅନୁଷ୍ଠାନ ପକ୍ଷ ରୁ ଚାଲି ଥିବା ବରିଷ୍ଠ ନାଗରିକ ଆଶ୍ରା ଗୃହ ରେ ଜିଲ୍ଲାର ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ଓ ଆକାଂକ୍ଷା ମହିଳା ସଙ୍ଗଠନ ର ମିଳିତ ଆନୁକୂଲ୍ୟରେ ମହିଳା ମାନଙ୍କ ଦ୍ୱାରା ଗୁରୁ ବାର ଦିନ ବୃଦ୍ଧ ବୃଦ୍ଧା ଅନ୍ତେବାସୀ ଙ୍କ ସହ ପବିତ୍ର
ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି। ପରିବାର ରୁ ଦୂରରେ ରହିଥିବା ୨୫ ଜଣ ବୃଦ୍ଧବୃଦ୍ଧା ଅନ୍ତେବାସୀ ଏହି ଆଶ୍ରା ଗୃହ ରେ ବହୁ ବର୍ଷ ଧରି ଜୀବନ ବିତାଇ ଆସୁଛନ୍ତି। ଆଜିର ପବିତ୍ର ଦୀପାବଳି ପର୍ବ ଦିନରେ ଆକାଂକ୍ଷା ମହିଳା ସଙ୍ଗଠନ ଓ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ର ମହିଳା ସଦସ୍ୟ ମାନେ ଅନ୍ତେବାସୀ ଙ୍କ ସହିତ ଦୀପଜାଳି, ବାଣ ଫୁଟାଇ ସେମାନଙ୍କୁ ମିଠା ଓ ଫଳ ଖୁଆଇ ସେମାନଙ୍କ ସହ ଦୀପାବଳୀ ପର୍ବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ର ଉପଦେଷ୍ଟା ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ , ଆକାଂକ୍ଷା ମହିଳା ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ, ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର, ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପୁଷ୍ପା ପଣ୍ଡା ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଗଣ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହିତ ବହୁ ସମୟ ବିତାଇ ଖୁସି ମନାଇବା ସହ ଅନ୍ଧାର ଉପରେ ଆଲୋକର ବିଜୟ ବୋଲି କହି ସେମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ର ଚିର କାମନା କରିଥିଲେ। ଶେଷରେ ଅନ୍ତେବାସୀ ଙ୍କ ପକ୍ଷ ରୁ ମନଲୋଭା ଓ ଚିତ୍ତାକର୍ଷକ ଭଜନ ଓ ଜଣାଣ ପରିବେଷଣ କରାଯାଇଥିଲା। ଆଶ୍ରା ଅନୁଷ୍ଠାନ ର ମୁଖ୍ୟ ପରିଚାଳକ ଶ୍ରୀ ସୀତାକାନ୍ତ ଦାସ ସହଯୋଗ କରିଥିଲେ।