Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ ରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଙ୍କୁ ସମ୍ଭର୍ଦ୍ଧନା

ପାରଳାଖେମୁଣ୍ଡି:୧/୧୧ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବର ଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୬୯ ସ୍ଥାନ ଅଧିକାର କରି ଗୁମ୍ମା ବ୍ଲକ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ସୋମନାଥ ଶବର। ଗୁମ୍ମା ଶୀତଳ ଭଣ୍ଡାର ଠାରୁ ଗୁମ୍ମା ମୁଖ୍ୟ ବଜାର, ସେରଙ୍ଗ ମୂଖ୍ୟ ବଜାର ତଥା ତୁମୁଳ ଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଲାଞ୍ଜିଆ ସଉରା ବାଦ୍ୟ, ନୃତ୍ୟ ସହ ଆତସବାଜି ଶବ୍ଦରେ ବିଭିନ୍ନ ସ୍ଥାନରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ସୋମନାଥ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ତୁମୁଳ ଗ୍ରାମରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଏକ ଅନନ୍ୟ ଭାଇଚାରା ପ୍ରଦର୍ଶନ କରି ବିଶ୍ଵ ହିନ୍ଦୁ ପରିଷଦ ଓ ଖ୍ରୀଷ୍ଟ ଧର୍ମ ର ଧର୍ମଗୁରୁ ସୋମନାଥଙ୍କ ପାଇଁ ଏକତ୍ର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l