Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ଛିଡ଼ା ହୋଇଥିବା ଯୁବକଙ୍କ ମୁଣ୍ଡକୁ ଗୁଳି ମାରିଲେ ଦୁର୍ବୃତ୍ତ

ଭଦ୍ରକ: ଧାମରା ଥାନା ଅନ୍ତର୍ଗତ କୋଇଥଖୋଲା କିଶୋର ପ୍ରସାଦ ଛକରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳି ମାରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର ।

ଗତକାଲି ରାଜେନ୍ଦ୍ର ରାସ୍ତାକଡ଼ରେ ଛିଡା ହୋଇଥିବା ବେଳେ ହଠାତ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ରାଜେନ୍ଦ୍ରଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରିବାର ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ରାଜେନ୍ଦ୍ରଙ୍କ ଉପରକୁ ଗୁଳିମାଡ କଲେ ତାହା ଜଣାପଡ଼ି ନାହିଁ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ