Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ରେ ଖୁବ ଶୀଘ୍ର ଖୋଲିବ ଜେଏମଏଫସି କୋର୍ଟ : ପରିଦର୍ଶନ କରି ଅନୁଧ୍ୟାନ କଲେ ବିଚାରପତି ଗଣ

କଳାହାଣ୍ଡି,୦୩/୧୧-ଲାଞ୍ଜିଗଡବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଲାଞ୍ଜିଗଡରେ ଖୁବ ଶୀଘ୍ର ଖୋଲିବ ଜେଏମଏଫସି କୋର୍ଟ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଥିବାବେଳେ ଆଜି ଜିଲ୍ଲା ଓ ସେସନ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକ, ମୁଖ୍ୟ ନ୍ୟାୟିକ ବିଚାରପତି ରାଜୀବ ଲୋଚନ ସାହୁ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ ଲାଞ୍ଜିଗଡ ଗସ୍ତ କରିବା ସହିତ ଅସ୍ଥାୟୀ କୋର୍ଟ ଭାବେ ପରିବର୍ତ୍ତିତ କମ୍ୟୁନିଟି ହଲ ପରିଦର୍ଶନ କରି ବ୍ଲକ ଓ ପଂଚାୟତ କର୍ତ୍ତୃପକ୍ଷଙ୍କ ସମେତ ଜେଏମଏଫସି କ୍ରିୟାନୁଷ୍ଠାନ କମିଟି, ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ନାଗରିକ ଗଣଙ୍କ ସହ ଆଲୋଚନା କରିଥିଲେ। ସେହିପରି ନୂତନ ଭାବେ କୋର୍ଟ ନିର୍ମାଣ ହେବାକୁ ଥିବା ସ୍ଥାନ ପରିଦର୍ଶନ ପରେ ଲାଞ୍ଜିଗଡସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ବ୍ଲକ ପ୍ରଶାସନ ତରଫରୁ କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ଼, ଅନନ୍ତ ମହାଖୁଡ଼, ସ୍ଥାନୀୟ ବୁଦ୍ଧିଜୀବୀ ହିମାଦ୍ରୀ ପେସନିଆ, ଶ୍ରୀମୁଖ ଅଗସ୍ତି, ଗଙ୍ଗାଧର ମହାଖୁଡ଼, ପରମାନନ୍ଦ ନାଏକ, ଜୟନ୍ତ ମହାଖୁଡ଼, ରାଘବ ଗହୀର, ସତ୍ୟ ନାଏକ, ମହେନ୍ଦ୍ର କରୁଆଁ, ଲାଞ୍ଜିଗଡ ନିର୍ବାହୀ ଅଧିକାରୀ ଭୀଷ୍ମ ମେହେର ପ୍ରମୁଖ ଉପସ୍ଥିତ ଥିଲେ।