Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ତରଫରୁ ଫାୟାର ରେଞ୍ଜ ଟେଷ୍ଟ କାର୍ଯ୍ୟକ୍ରମ

କଳାହାଣ୍ଡି, ୦୪/୧୧- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ରେ ଅବସ୍ଥାପିତ ଓଡିଶା ଶିଳ୍ପ ସୁରକ୍ଷା ବଳ ତରଫରୁ ବାର୍ଷିକ ଫାୟାର ରେଞ୍ଜ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କେ. ଋଷିକେଶ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଇନ୍ସପେକ୍ଟର ଏ. ଉମାଶଙ୍କର ଦାସ, ତ୍ରିନାଥ ହନ୍ତାଳ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ କ୍ୟାମ୍ପର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଦୁଇଜଣ ଇନ୍ସପେକ୍ଟର, ଦୁଇଜଣ ସବଇନ୍ସପେକ୍ଟର, ୨୩ ଜଣ ହାବିଲଦାର, ୧୦୨ ଜଣ କନଷ୍ଟେବଲ, ୨୫ ଜଣ ମହିଳା କନଷ୍ଟେବଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାବିଲଦାର ଗୋବିନ୍ଦ ଦୋରା, ସୁରଥ ଦାସ, ପ୍ରେମ ସାହା, କନଷ୍ଟେବଲ କୁନା ବାଗ, ଦେବଯାନୀ ତ୍ରିପାଠୀ, ଋତୁକୃଷ୍ଣ ସେଠୀ ପ୍ରମୁଖ ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲେ।