Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲା ଗୋରୁଙ୍କୁ ଚୋରି କରିବା ବେଳେ ପଡ଼ିଲେ ଧରା, ଆଉ ତା’ପରେ ଯାହା ହେଲା…

ଭଦ୍ରକ: ରାତିରେ ବୁଲୁଥିଲେ । ରାସ୍ତାରେ ଥିବା ବୁଲା ଗୋରୁଙ୍କୁ ଉଠାଇ ନେଉଥିଲେ । ହେଲେ ସବୁଦିନ ଚୋର ଘର ଅନ୍ଧାର ନଥାଏ । ରାତି ଅଧରେ ବୁଲା ଗୋରୁଙ୍କୁ ଧରି ଚାଲାଣ ବେଳେ ଧରା ପଡ଼ିଲେ ମାଫିଆ । ଆଉ ଆରମ୍ଭ ହୋଇଗଲା ନିସ୍ତୁକ ମାଡ । ଲୋକ ଚୋରୁ ଚାଲାଣକାରୀଙ୍କୁ ଧରି ଭଲ କରି ଉତ୍ତମ ମଧ୍ୟମ ଦେଇଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ କୌଶଳ କ୍ରମେ ସେଠାରୁ ଖସି ଯାଇଥିଲେ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଫାଣ୍ଡି ଅଧିନ ଗଣ୍ଡଗରା ଶନିମନ୍ଦିର ଛକ ଠାରେ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କେନ୍ଦୁଆପଦା ଫାଣ୍ଡି ଅଧୀନ ଗଣ୍ଡଗରା ଶନି ମନ୍ଦିର ଛକଠାରେ ଏକ ସ୍କୋର୍ପିଓରେ ୪ରୁ ଅଧିକ ବୁଲା ଗୋରୁ ଓ ୩ଟି ଷଣ୍ଢକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ ମାଫିଆ । ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ପରେ ଗ୍ରାମବାସୀ ମାଫିଆଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଗୋଟିଏ ସ୍କୋର୍ପିଓ ଓ ଦୁଇଟି ବାଇକ ଭାଙ୍ଗି ଦେଇଥିଲେ । ପରେ ମାଫିଆମାନେ ଜୀବନ ବିକାଳେ ସେଠାରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ଗୋରୁ ଓ ଷଣ୍ଢକୁ ଉଦ୍ଧାର କରିବା ସହ ପୋଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ