Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପ୍ରିୟଙ୍କା; କହିଲେ…

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି। କୁସ୍ତିଯୋଦ୍ଧାଙ୍କ ଧର୍ମଘଟକୁ ସମର୍ଥନ କରିବା ପାଇଁ ଜନ୍ତର ମନ୍ତରରେ ପହଞ୍ଚିଥିଲେ ପ୍ରିୟଙ୍କା। ତାଙ୍କ ସହ କଂଗ୍ରେସ ସାଂସଦ ଦିପେନ୍ଦ୍ର ହୁଡା ମଧ୍ୟ ସେଠାରେ ପହଞ୍ଚିଥିଲେ। ସେଠାରେ ପ୍ରିୟଙ୍କା କୁସ୍ତିଯୋଦ୍ଧାଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ। ଆଜି ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାମାନଙ୍କ ଧର୍ମଘଟର ସପ୍ତମ ଦିନ। ଗତକାଲି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା। ତଥାପି ରେସଲରଙ୍କ ଧର୍ମଘଟ ଜାରି ରହିଥିବା ଜଣାପଡ଼ିଛି।

କୁସ୍ତିଯୋଦ୍ଧାଙ୍କୁ ଭେଟିବା ପରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯଦି ଦୁଇଟି ଏଫଆଇଆର ରେଜିଷ୍ଟର ହୋଇଛି ତେବେ କପି କାହିଁକି ଦିଆଗଲା ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତଦନ୍ତ ଚାଲିଛି ତେବେ ବ୍ରିଜ୍‌ ଭୂଷଣ ଏପର୍ଯ୍ୟନ୍ତ ଇସ୍ତଫା କାହିଁକି ଦେଇନାହାଁନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ