ୟୁକ୍ରେନ୍‌ ଉପରେ ଋଷର ଏୟାରଷ୍ଟ୍ରାଇକ୍‌; ୪ ଶିଶୁଙ୍କ ସମେତ ପ୍ରାଣ ହରାଇଲେଣି ୨୫


କିଭ୍: ୟୁକ୍ରେନ ରାଜଧାନୀ କିବ୍ ଉପରେ ଋଷର ଏୟାରଷ୍ଟ୍ରାଇକ। ଏୟାରଷ୍ଟ୍ରାଇକ୍‌ ଯୋଗୁ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହାସହିତ ଉମାନ ଓ ନିପ୍ରୋରେ ମଧ୍ୟ ଋଷର ମିଶାଇଲ୍‌ ବର୍ଷା ଜାରି ରହିଛି । ଏହି ଆକ୍ରମଣରେ ୪ ଶିଶୁଙ୍କ ସମେତ ୨୫ଜଣ ପ୍ରାଣ ହରାଇଲେଣି। ଗତ ୨ ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ହମ୍‌ଲା ବୋଲି ସୂଚନା ମିଳିଛି । ଉମାନ ସହରରେ ମୃତ୍ୟୁ ସଂଖ୍ୟା ବଢିବା ସହ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିସାଇଲ ଷ୍ଟ୍ରାଇକରେ ବହୁ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ନିପ୍ରୋରେ ଅନେକ କୋଠା ଉପରେ ମିସାଇଲ ଷ୍ଟ୍ରାଇକ ହୋଇଥିବାବେଳେ ସେଠାରେ ଏକ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି । ୟୁକ୍ରେନର ରିଜର୍ଭ ବାହିନୀ ଥିବା ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି ବୋଲି କହିଛି ଋଷ । କିଭ୍‌ର ବିଭିନ୍ନ ପ୍ରାସାଦ ଉପରେ ହମଲା ହୋଇଥିବାବେଳେ ଅନେକ କୋଠା ଛାରଖାର ହୋଇଛି ।