Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋଷୀ ସାବ୍ୟସ୍ତ ହେଲେ ମୁଖ୍‌ତାର ଅନ୍‌ସାରୀ; ଭୋଗିବେ ୧୦ ବର୍ଷ ଜେଲ ଦଣ୍ଡ; ଦେବେ ୫ ଲକ୍ଷ ଜୋରିମାନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିପୁରର ସାଂସଦ-ବିଧାୟକ କୋର୍ଟ ଶନିବାର ଦିନ ଅପହରଣ ଓ ହତ୍ୟା ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜନେତା ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହିତ ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ମଧ୍ୟ ୫ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।
ଏହି ମାମଲାରେ ଅଭିଯୁକ୍ତ ମୁଖତାର ଅନସାରୀଙ୍କ ବଡ ଭାଇ ତଥା ବିଏସପି ସାଂସଦ ଆଫଜଲ ଅନସାରୀଙ୍କ ଉପରେ କୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି।

ଉତ୍ତର ପ୍ରଦେଶରେ ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲା ପରେ ମୁଖତାର ଓ ଅଫଜାଲ ଉପରେ ଗ୍ୟାଙ୍ଗଷ୍ଟର ଆଇନ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୨ ଅନୁଯାୟୀ ଏକ ମାମଲା ଗାଜିପୁର ପିଏସ୍‌ ମହମ୍ମଦାବାଦ ଠାରେ ଅନସାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ