Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର କାଠ ସହ ଗାଡି ଜବତ ଜଣେ ଗିରଫ ଦୁଇ ଫେରାର

ଗଜପତି ଜିଲ୍ଲାର ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର କାଠ ସହ ଗାଡି ଜବତ ଜଣେ ଗିରଫ ଦୁଇ ଫେରାର
ପାରଳାଖେମୁଣ୍ଡି:୧୫/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଅଞ୍ଚଳରେ ମୋହନା ବନ ବିଭାଗ କର୍ମଚାରୀ ମାନେ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ି ଦେଖି ସନ୍ଦେହରେ ଅଟକାଇ ତଦନ୍ତ କରିବାରୁ ସେଥିରେ ଲକ୍ଷାଧିକ ଟଙ୍କାର କାଠ ଥିବା ଦେଖିବାକୁ ପାଇଥିଲେ। ଗାଡିଟିକୁ ଆଟକାଇବା ସମୟରେ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ଯାଇଥିବା ବେଳେ ଜଣେ ବ୍ୟକ୍ତି ଧରାପଡ଼ି ଗିରଫ ହୋଇଥିବା ଦେଖିବାକୁ ମିଳିଛି। ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଗଡ ଥାନା ନିକଟ ଲୋକମେରି ଗ୍ରାମର ବୋଲି ସୂଚନା ମିଳିଛି। ବନ ବିଭାଗ ପାଣିଗଣ୍ଡା ଅଞ୍ଚଳରୁ କାଠଗଣ୍ଡି ଜବତ କରିଥିବା ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଥିବା ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ