Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନସ୍ତା ପ୍ରସ୍ତାବ ଖାରଜ

ଗୁମ୍ମା:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅଣା ଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଗତ କିଛି ମାସ ପୂର୍ବେ କିଛି ସମିତି ସଭ୍ୟ ଓ ସଭ୍ୟା ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ଜିଲ୍ଲାପାଳ ତାହାକୁ ଗ୍ରହଣ କରି ଅନାସ୍ଥା ପ୍ରସ୍ତାବର ଭୋଟ କରିବାପାଇଁ ଆଦେଶ ଦେଉଥିଲେ । ଫଳରେ ଆଜି ଗୁମ୍ମା ପଞ୍ଚାୟତ ସମିତିର ସଭାଗୃହରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ପ୍ରିଜାଇଡିଂ ଅଧିକାରି କାଶିନଗର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଭମ୍ବରୁଧର ମଲିକ ଉପସ୍ଥାନ ଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ମୋଟ ୪୧ ଜଣ ସଦସ୍ୟ ସଦସ୍ୟା ମଧ୍ୟରୁ କେବଳ ୧୪ ଜଣ ଉପସ୍ଥିତ ହୋଇଥିବା ହେତୁ କୋରାମ ପୁରଣ ହୋଇନଥିଲା । ନିୟମ ଅନୁଯାୟୀ ଦୁଇ ତୃତୀୟାଂଶ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ହୋଇଥାନ୍ତା କିନ୍ତୁ ଆବଶ୍ୟକ ସଭ୍ୟ ସଭ୍ୟା ଉପସ୍ଥିତ ହୋଇ ନଥିବାରୁ ଆଜିର ଅନାସ୍ଥା ପ୍ରସ୍ତାବର ଭୋଟିଂ ପ୍ରକ୍ରିୟାକୁ ଖାରଜ କରିଥିଲେ ଏବଂ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ପଦକୁ କାଏମ ରଖିଥିଲେ । ଆଜିର ଏହି ଅନାସ୍ଥା ପ୍ରସ୍ତାବର ଭୋଟିଂ ପ୍ରକ୍ରିୟାରେ ଗୁମ୍ମା ତହସିଲଦାର ଦେବି ପ୍ରସନ୍ନ ସାସ୍ଵତ ମାଜିଷ୍ଟେଟ୍ ଦାୟୀତ୍ଵରେ ଥିବାବେଳେ ଗୁମ୍ମା ଜି.ପି.ଡି.ଓ ଟି.ସୁରୀନାରାୟଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲାଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ବିଶଙ୍କର ସହଯୋଗ କରିଥିଲେ । ସେରଙ୍ଗ ଥାନା ଅଧିକାରିଣୀ ଭାରପ୍ରାପ୍ତ ଆଇ.ଆଇ.ସି ନଳିନୀ କୁମାରୀ କାହଁରଙ୍କ ନେତୃତ୍ଵରେ ସମସ୍ତ କାର୍ଯ୍ୟ ଶାନ୍ତିଶୃଙ୍ଖଳାରେ ସହ ହୋଇଥିଲା କୋରାମ ପୂରଣ ନହେବାରୁ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇ ହୋଇ ଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ