Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖ୍ୟାତନାମାସାହିତ୍ୟିକ,ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ର ଭାସ୍କର ଗନ୍ତାୟତ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ଧ୍ୱଜ ଚୌଧୁରୀ)ଖ୍ୟାତନାମା ସାହିତ୍ୟିକ, ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ର ଭାସ୍କର ଗନ୍ତାୟତ (୭୩ ବର୍ଷ)ଙ୍କ ଆଜି ଭୋରରେ ଖଜୁରିଆ ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ଧର୍ମପତ୍ନୀ ଶ୍ରୀମତୀ ସୌଦାମିନୀ, ପୁଅ କାହ୍ନ , ଆଦିତ୍ୟ ପ୍ରସାଦ, ରାଜରାଜ, ଝିଅ ସୃଜନୀ ପ୍ରିୟ ଦର୍ଶନୀ ଗନ୍ତାୟତ, ଜ୍ୱାଇଁ ଶ୍ରୀ ଯଜ୍ଞ ନାରାୟଣ ସାହୁ, ବୋହୂ ଶ୍ରୀମତୀ ଆକାଂକ୍ଷା ରାଜବଂଶୀ, ଶ୍ରୀମତୀ ବସନ୍ତା କୋପୁଲା ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ମହାପାତ୍ର ଭାସ୍କର ଗନ୍ତାୟତ ଙ୍କ ଅନନ୍ୟ ସାହିତ୍ୟ କୃତି ମଧ୍ୟରେ ” ଶେଷ ବିଂଶର ଯୀଶୁ ” “ବାଟବଣା ନଈ ଓ ସମୁଦ୍ର ” ବିଶେଷ ଭାବେ ଚର୍ଛିତ ଉପନ୍ୟାସ। ଏହା ବ୍ୟତୀତ ସେ ସ୍ବଦେଶୀ ଲେଖକ ମଞ୍ଚ ର ଅଧ୍ୟକ୍ଷ ଭାବେ ” ବିଜୁ ମହାନାୟକ ” ପୁସ୍ତକ ପ୍ରକାଶ କରିଛନ୍ତି। ବିଶିଷ୍ଟ ଉପନ୍ୟାସିକ ଶରତ ଚନ୍ଦ୍ର ଚୋଟ ପାଧ୍ୟୟ ଙ୍କ “କୋରେଲ” ର ସେ ଅନୁବାଦ କରିଛନ୍ତି। ଅନାମ ପୁରୁଷଙ୍କ ବ୍ୟକିତ୍ୱ ଉପରେ ଆଧାରିତ ” ଅଷ୍ଠକଥା ଚରିତ’ ପୁସ୍ତକ ସେ ସଂଯୋଜନା କରିଥିଲେ। ଦୀର୍ଘ ବର୍ଷ ଧରି ସ୍ବର୍ଗତ ଗନ୍ତାୟତ ” ଦୈନିକ ଆଶା” ସମ୍ବାଦପତ୍ର ସଂସ୍ଥାରେ ସହ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ କାବ୍ୟ, କବିତା ,ଗଳ୍ପ ଇତ୍ୟାଦି ସେ ଦୀର୍ଘ ୫୦ ବର୍ଷ ପୂର୍ବରୁ କଟକର ସ୍ବର୍ଗତ ମଧୁସୂଦନ ମହାନ୍ତିଙ୍କ “ମଧୁ କୁଟୀର ” ରେ ଥିବା ସମୟରୁ କରି ଓଡ଼ିଶାର ସାହିତ୍ୟିକ, କବି, ସମାଲୋଚକ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହା ବ୍ୟତୀତ ଶତାଧିକ ପୁସ୍ତକ ସେ ସମ୍ପାଦନା କରିଛନ୍ତି। ସେ ଜଣେ ସ୍ପଷ୍ଠ ବାଦୀ, ନିର୍ଭୀକ ଓ ବାସ୍ତବବାଦୀ ଲେଖକ ଭାବେ ସେ ବେଶ ପରିଚିତ। ତାଙ୍କ ବିୟୋଗରେ ଦୈନିକ ଅଶାର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ସାପ୍ତାହିକ ନବୀନର ସମ୍ପାଦକ ରବି ରଥ, ବରିଷ୍ଠ ସାମ୍ବାଦିକ ହୃଷୀକେଶ ମହାନ୍ତି ସୁନୀଲ ପଟନାୟକ, ଗରୁଡ଼ ଧ୍ୱଜ ଚୌଧୁରୀ, ରବି ମହାରଣା, ଅଭୟ ପାଢ଼ୀ ଯୋଗେଶ ଦାସ ଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରମୁଖ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ଖଜୁରିଆ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l