Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ପୋଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗର ମିଳିତ ଚଢଉ ମୋହନା ଅଞ୍ଚଳରେ ପ୍ରାୟ ଦୁଇ କୋଟି ଦଶ ଲକ୍ଷ ଟଙ୍କାର ଗଞ୍ଜାଇ ଗଛ ପୋଡି ନଷ୍ଟ କଲେ

ଗଜପତି ଜିଲ୍ଲା ପୋଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗର ମିଳିତ ଚଢଉ ମୋହନା ଅଞ୍ଚଳରେ ପ୍ରାୟ ଦୁଇ କୋଟି ଦଶ ଲକ୍ଷ ଟଙ୍କାର ଗଞ୍ଜାଇ ଗଛ ପୋଡି ନଷ୍ଟ କଲେ
ପାରଳାଖେମୁଣ୍ଡି:୨୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା ଙ୍କ ନିର୍ଦ୍ଧେଶରେ ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ। ଏହି ଅପରେସନ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ର କୁଟୀମାର ଗାଁ ନିକଟରେ ଚଢ଼ାଉ କରି ପ୍ରାୟ ଦୁଇ କୋଟି ଟଙ୍କା ର ଗଞ୍ଜାଇ ଗଛ ଚାଷ ନଷ୍ଟ କରିଛି ଜିଲ୍ଲା ପୋଲିସ ସହାୟତାରେ ଅବକାରି ବିଭାଗ। ମୋହନା ଥାନା ଅଧିକାରୀ ବସନ୍ତ ସେଠୀ କୌଣସି ପ୍ରକାରେ ତାଙ୍କ ଥାନା ଇଲାକାରେ ଏତେ ପରିମାଣରେ ଗଞ୍ଜାଇ ଗଛ ଚାଷ କରାଯାଇଥିବା କୌଣସି ସୂତ୍ରରୁ ଖବର
ପାଇ ଏହି ଚଢ଼ାଉ କୁତ୍ତାମରା ଗ୍ରାମରୁ ଆରମ୍ଭ କରିଥିଲେ। ପ୍ରାୟ ୪୨ ଏକର ଜଙ୍ଗଲ ଜମିରେ ଏହି ଗଞ୍ଜାଇ ଚାଷ ବେଆଇନ ହୋଇଥିବା ବେଳେ ଏହି ଗଞ୍ଜେଇ ଗଛ ଗୁଡିକୁ କାଟି ଓ ପୋଡି ନଷ୍ଟ କରାଯାଇଥିଲା। ପୋଡ଼ି ନଷ୍ଟ କରାଯାଇ ଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ଦୁଇ କୋଟି ଦଶ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ଏହି ଚଢ଼ାଉ ବେଳେ ସ୍ଥାନୀୟ ତହସିଲଦାର ଜ୍ୟୋତିର୍ମୟୀ ଦାସ,ଏସଡିପିଓ ଅଶ୍ୱିନୀ ନାୟକ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ,ଚନ୍ଦ୍ରଗିରି ଥାନା ଅଧିକାରୀ ପୁରୁଷୋତ୍ତମ ପାଇକ, ମୋହନା ଅବକାରୀ ବିଭାଗ କର୍ମଚାରୀ, ବନ ଓ ରାଜସ୍ବ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।