ପାରଳାଖେମୁଣ୍ଡି:୨୪/୧୧( ଗରୁଡ଼ ଧ୍ଵଜ ଚୌଧୁରୀ)ଶୀତ ଆସିଲେ ଚଳଚଞ୍ଚଳ ହୁଏ ଏହି ସ୍ଥାନ । କାହିଁ କେତେ ଦୂରରୁ ପିକନିକ କରିବା ପାଇଁ ଅନେକ ପର୍ଯ୍ୟଟକ ଧାଇଁ ଆସନ୍ତି ଚୈତନ୍ୟ ପୁର ସ୍ଥିତ ଜଳ ପ୍ରପାତ କୁ। ଏ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଚୈତନ୍ୟ ପୁର ଜଳ ପ୍ରପାତ ଏ ଅଞ୍ଚଳର ଏକ ପିକନିକ ସ୍ପଟ ଭାବେ ପରିଚିତ। ପବିତ୍ର ମହେନ୍ଦ୍ର ତନୟା ନଦୀ କୁଳୁକୁଳୁ ନାଦ କରି ପଥର ଚଟାଣ ଉପରେ ପ୍ରବାହିତ ହେଉଛି ଏହି ଜଳ ପ୍ରପାତ। ସ୍ୱଚ୍ଛ ଓ ସୁନିର୍ମଳ ଜଳ, ସୁନ୍ଦର ପଥର ଚଟାଣ,ଚତୁପାର୍ଶ୍ୱ ରେ ଅତି ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରି ରହିଛି ଏହି ଜଳ ପ୍ରପାତ ଚାରି ପାର୍ଶ୍ବରେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ପିକନିକ ର ମଜା ନେବାପାଇଁ ଏଠାକୁ ସ୍ଥାନୀୟ ଜନସାଧାରଣ ସମେତ ବାହାରୁ ପର୍ଯ୍ୟଟକ ମାନେ ମଧ୍ୟ ଆସିଥାନ୍ତି ।ଏତେ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ହୋଇ ଚୈତନ୍ୟପୂର ଜଳ ପ୍ରପାତ ରହିଥିବା ବେଳେ କିନ୍ତୁ ଏହାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦେକ୍ଷପ ନେଉନଥିବା ଯୋଗୁଁ ଏ ଅଞ୍ଚଳର ଜନସାଧାରଣ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଚୈତନ୍ୟପୁର ଗ୍ରାମ ରେ ଏକ ଜଳ ପ୍ରପାତ ଅଛି ବୋଲି ଗୋଟେ ଫଳକ, କିମ୍ବା ବସା ଉଠା ପାଇଁ ବିଶ୍ରାମ ଗୃହ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଏଠାରେ ପହଁଚିବା ପାଇଁ ଭଲ ରାସ୍ତା ଟିଏ ବି ନାହିଁ । ଆଲୋକୀକରଣ ବ୍ୟବସ୍ଥା ନ ଥିବା ରୁ ସଞ୍ଜ ନଇଁଲେ ଫେରି ଯାଆନ୍ତି ଲୋକେ । ତେଣୁ ଏଭଳି ଆନୁଷଙ୍ଗିକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ତେବେ ଏ ଜଳ ପ୍ରପାତ ର ଯଦି ବିକାଶ ସରକାର କରନ୍ତି ତେବେ ଅଞ୍ଚଳର ବିକାଶ ମଧ୍ଯ ହୋଇ ପାରନ୍ତା ତେବେ ଅନେକ ପର୍ଯ୍ୟଟକ ଏଠାକୁ ଆସିବାକୁ ଆଗ୍ରହ ମଧ୍ୟ ପ୍ରକାଶ କରିଥାନ୍ତେ ତାହା ସହ ଅଞ୍ଚଳର ଜନସାଧାରଣ ରୋଜଗାର ମଧ୍ୟ ପାଇ ପାରିଥାନ୍ତେ l ଏଣୁ ରାୟଗଡ଼ା ଜିଲ୍ଲା ଓ ଗୁଣୁପୁର ବ୍ଲକ ପ୍ରଶାସନ ଏହାର ବିକାଶ ପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳର ଜନସାଧାରଣ ଙ୍କ ପକ୍ଷରୁ ଦାବୀ ହେଉଛି