Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦି ସରକାରଙ୍କ କୃଷକ ଓ ଶ୍ରମିକଙ୍କ ବିରୋଧୀ ନୀତି ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଗଜପତି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

ପାରଳାଖେମୁଣ୍ଡି୨୭/୧୧(ଗରୁଡ଼ ଧ୍ୱଜ ଚୌଧୁରୀ): ସଂଯୁକ୍ତ କିଷାନ ମୋର୍ଚ୍ଚା ଗଜପତି ଜିଲ୍ଲା ଶାଖା ତରଫରୁ ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦଶନ କରାଯାଇଛି.ଏହି ଜିଲ୍ଲାରେ, କାର୍ଯ୍ୟକାରୀ ଥିବା କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ସର୍ବଭାରତୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ଭାବେ କେନ୍ଦ୍ରର ମୋଦି ସରକାରର କୃଷକ, ଶ୍ରମିକ ତଥା ଜନବିରୋଧୀ ନୀତି ବିରୁଦ୍ଧରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦଶନ କରାଯାଇଛି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଭାବେ ତୀବ୍ର ସମାଲୋଚନା କରାଯାଇଛି। ଶ୍ରମିକମାନଙ୍କୁ ସର୍ବନିମ୍ନ ମାସିକ ମଜୁରୀ 24 ହଜାର ଟଙ୍କା ମାସିକ ପ୍ରଦାନ ମନରେଗା ଯୋଜନାରେ ବର୍ତ୍ତମାନ ଦିଆ ଯାଉଥିବା 2 ଶହ ଟଙ୍କା ମଜୁରୀ ପରିବର୍ତ୍ତେ 6 ଶହ ଟଙ୍କା ମଜୁରୀ ଦେବା ଏବଂ ମନରେଗା ଯୋଜନାରେ ପ୍ରତେକ ଶ୍ରମିକଙ୍କୁ ବାର୍ଷିକ 2 ଶହ ଦିନ କାମ ଦେବା ଆଦି ଦାବିରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର କୃଷକ ଓ ଶ୍ରମିକ ସଂଗଠନ ଗୁଡ଼ିକ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗଜପତି ପ୍ରଶାସନ ଦ୍ୱାରା ପ୍ରଦାନ କରିଥିଲେ. ଆଜି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ପୂର୍ବାହ୍ନ ୧୧ଟା ସମୟରେ ଏକ ଶୋଭାଯାତ୍ରା ବାହାରି କଲେଜ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଶୋଭାଯାତ୍ରା ପହଞ୍ଚି ବିକ୍ଷୋଭ ପ୍ରଦଶନ କରିଥିଲେ. ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ ଜିଲ୍ଲା ସମ୍ପାଦକ କେଦାର ଶବର, ଓଡିଶା କୃଷକ ସଭାର ରାଜ୍ୟ ସମ୍ପାଦକ ଦଣ୍ଡପାଣି ରଇତ, ବିକେଏମୟୁର ନେତା ଜେନା ସୁବାଷ ରାଓ, ଏଆଇକେଏମ ଜିଲ୍ଲା ସମ୍ପାଦକ ନରସିଂହ ମଣ୍ଡଳ, ଏଆଇକେଏସର ନେତା ପି. ମୁରଲୀ, ଜିଲ୍ଲା କୁଲି ରଇତ ସଂଘ ରକାମ ଲକାଥାମ ପ୍ରମୁଖ ନେତୃତ୍ୱ ନେଇଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ