Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୁଯାତ୍ରା: ଏଥର ନୂଆ କଂସ କରିବେ ଗର୍ଜନ, ଡିସେମ୍ବର ଏକରେ ଚୟନ

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଏଥର ଶୁଣିବାକୁ ମିଳିବ ନୂଆ କଂସଙ୍କ ବିକଟାଳ ହସ । ଡିସେମ୍ବର ଏକ ତାରିଖରେ ହେବ ଧନୁଯାତ୍ରା ପାଇଁ ନୂତନ କଂସଙ୍କ ଚୟନ । ଏହି ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା ।

ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଏବଂ ସୁଶୀଲ କୁମାର ମେହେରଙ୍କ ନାଁ ଘୋଷଣା କରାଯାଇଥିଲା । ଡିସେମ୍ବର ୧ ତାରିଖରେ ହେବାକୁ ଥିବା କଂସ ଚୟନ ପ୍ରକ୍ରିୟାରେ ସେମାନେ ନିଜେ ନିଜର ପାରଦର୍ଶିତା ଦେଖାଇବେ । ଯେଉଁ କଳାକାର ନିଜ କଳା ପ୍ରଦର୍ଶନରେ ଶୀର୍ଷରେ ରହିବେ ସେ ହେବେ ଏଥରର ବିଶ୍ବ ପ୍ରସିଦ୍ଧ ବରଗଡ ଧୁନୁଯାତ୍ରାର ନୂତନ କଂସ । ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକିୟା ।