Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ଅଡବା ଥାନା ଅଂଚଳରେ ୯ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ଗଜପତି ପୋଲିସ୍।

ପାରଳାଖେମୁଣ୍ଡି:୨୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୀତେନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଅପରେସନ ଗ୍ରୀନ କ୍ଲିନ୍ । ଗଜପତି ଜିଲ୍ଲା ମୋହନା ବ୍ଲକର ଅଡବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ଗ୍ରାମ ପଞ୍ଚାୟତ ରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ର ରୁ ଖବର ପାଇଥିଲା ଗଜପତି ପୋଲିସ୍। ଯାହା ଫଳରେ ଆଜି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱ ରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ଙ୍କ ସହ ୭ ପ୍ଲାଟୁନ ପୋଲିସ୍ ଫୋର୍ସ,ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲ ରେ ଆଜି ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉ ରେ ୪୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ପାଖା ପାଖି ୯୦,୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବା ବେଳେ ଏହାର ଆନୁମାନିକ ବଜାର ଦର ପ୍ରାୟ ୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଗଜପତି ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ