Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ବର୍ଷ ପରେ ହେଲା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୯/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜ଼ିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡୁଇ ବର୍ଷ ପରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଛି l ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠ ରେ କିଛି ହାତ ଗଣତି କର୍ମଚାରୀ ଙ୍କ ଗହଣ ରେ ଦୁଇ ବର୍ଷ ପରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ସମାପ୍ତ ହୋଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସ୍ବାସ୍ଥ୍ୟ ବିଭାଗ ର କର୍ମୀ ମାନଙ୍କ ବିଭିନ୍ନ ପ୍ରକାର ଅବହେଳା ଓ
କାର୍ଯ୍ୟ କଳାପ କୁ ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇଲେ ମଧ୍ଯ ସୁଧୁରୁନି ମୋହନା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ କଳାପ lସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା ଙ୍କ ଛତ୍ର ଛାୟା ତଳେ ଚାଲୁଛି ଅନେକ ଦୁର୍ନୀତି କିନ୍ତୁ ଅଭିଯୋଗ ପରେ ମଧ୍ୟ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁକ, ବଧିର ପାଲଟି ଯାଇଛି l ଏହି କ୍ରମ ରେ ଦୁଇ ବର୍ଷ ପରେ ରବିବାର ଆୟୋଜିତ ହୋଇଛି ରୋଗୀ କଲ୍ୟାଣ ସମିତି ବୈଠକ l ବୈଠକ ରେ ବ୍ଲକ , ସମନ୍ୱିତ ଶିଶୁ ବିକାଶ ବିଭାଗ ଭଳି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ନଥିଲେ କେବଳ ମୋହନା ବିଧାୟକ ଦାସରଥି ଗମାଙ୍ଗ ଙ୍କ ଉପସ୍ଥିତି ରେ ଏକ ରୁଦ୍ଧ ଦ୍ୱାର ରେ ହାତ ଗଣତି କିଛି କର୍ମଚାରୀ ଙ୍କ ଉପସ୍ଥିତ ରେ ସାରିଥିଲା ଆର୍. କେ. ଏସ୍ ବୈଠକ l ଏଭଳି କାର୍ଯ୍ୟ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ଦୁର୍ନୀତି ର ଅସଲ ମୁଖା କୁ ପଦାରେ ପକାଇଛି, କୋଠରୀ ବାହାରେ ଦୁଇ ଦୁଇ ଜଣ ସିକୁରିଟି ଗାର୍ଡ ଙ୍କୁ ଦ୍ୱାର ଜଗାଇ ବୈଠକ କରିଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଏଭଳି କି ବୈଠକ ରେ କେଉଁ ବିଷୟରେ ଆଲୋଚନା ହେଲା ତାହା ମଧ୍ୟ ଜଣାପଡିନଥିଲା l ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୁ ସଂକୀର୍ଣ୍ଣ ଭାବେ ପରିଚାଳନା କରିବାକୁ ନେଇ ବିଭିନ୍ନ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅତିଶୀଘ୍ର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଦୁର୍ନୀତି ଓ ପ୍ରଶାସନିକ ଅବ୍ୟବସ୍ଥା ର ତୁରନ୍ତ ତଦନ୍ତ କରିବା ପାଇଁ ମୋହନା ବ୍ଲକ ବାସି ଦାବୀ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l