Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି କଂସ ଚୟନ

ବରଗଡ଼: ଏଥର ବିଶ୍ବ ପ୍ରସିଦ୍ଧ ଖୋଲା ଆକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ଶୁଣିବାକୁ ମିଳିବ ନୂଆ କଂସଙ୍କ ବିକଟାଳ ହସ । ନୂଆ କଂସ କରିବେ ଚଳିତ ଧନୁଯାତ୍ରାରେ ରାଜୁତି । ଏଥିପାଇଁ ଆଜି ନୂଆ କଂସଙ୍କ ଚୟନ କରାଯିବ ।

ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକ୍ରିୟା । ଏଥିରେ ୩ ଜଣ ବିଚାରକ ରହିଥିବା ବେଳେ ୪ ଜଣ କଳାକାର ଅଂଶ ଗ୍ରହଣ କରିବେ । କଂସ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଏବଂ ସୁଶୀଲ କୁମାର ମେହେର ଅଂଶ ଗ୍ରହଣ କରି ନିଜ ଅଭିନୟ ପ୍ରଦର୍ଶନ କରିବେ । ଜାନୁୟାରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ କିଏ ହେବ ଏନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି ।