Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗିଡିଲା କେନ୍ଦ୍ରମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟାବସ୍ଥା; ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରବିବାର ରାତିରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ରାତି ପ୍ରାୟ ୧୦.୫୦ ସମୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜି କିଶନ ରେଡ୍ଡୀଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର କାର୍ଡିଆକ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି।

ରାଷ୍ଟ୍ରୀୟ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋ ‘ମନ କୀ ବାତ୍‌’ର ୧୦୦ ତମ ଅଧ୍ୟାୟ ପାଳନ କରିବା ପାଇଁ ଶ୍ରୀ ରେଡ୍ଡୀ ରବିବାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୂଚନା ଥାଉକି ଜି. କିଷନ ରେଡ୍ଡୀ ବର୍ତ୍ତମାନ ମୋଦୀ ସରକାରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତୀ ଅଛନ୍ତି। ତା ସହିତ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ମଧ୍ୟ ରହିଛନ୍ତି। ୨୦୧୯ ଠାରୁ ସିକନ୍ଦରାବାଦରୁ ସେ ସାଂସଦ ରହିଛନ୍ତି।