Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ ବର୍ଷ ପରେ ପାରଳାଖେମୁଣ୍ଡି ବନାଞ୍ଚଳକୁ ଫେରିଲା ମହାବଳ ବାଘ….. ପାଦ ଚି଼ହ୍ନ ଚି଼ହ୍ନଟର ୧୨ ଘଣ୍ଟା ନ ପୂରୁଣୁ ଗାଇକୁ ମାରି ଖାଇଲା…. ଭୟ ଆତଙ୍କରେ ଅଞ୍ଚଳବାସୀ

ପାରଳାଖେମୁଣ୍ଡି:୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଗତ ଏକବର୍ଷର ବ୍ୟବଧାନ ପରେ ଦେବଗିରି ବନାଞ୍ଚଳକୁ ଫେରିଛି ମହାରାଷ୍ଟ୍ର ମହାବଳ ବାଘ. ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ବାଘର ପାଦଚିହ୍ନ ଗତକାଲି ଚିହ୍ନଟ ହେବାପରେ ମଙ୍ଗଳଵାର ମଧ୍ୟ ରାତ୍ରରେ ଏହି ମହାବଳ ବାଘଟି ଗୁହାଳରୁ ଗୋଟିଏ ଗାଇକୁ ଟାଣି ନେଇ ଖାଇ ଦେଇଥିବା ଜଣା ପଡିଛି. ବର୍ତ୍ତମାନ ଏହି ମହାବଳ ବାଘଟି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ମୁହାଁ ହେବାରେ ଲାଗିଛି. ଏନେଇ ଗୋଷଣୀ ବ୍ଲକର ବିଭିନ୍ନ ଗ୍ରାମ ଓ ପାରଳା ସହରବାସୀଙ୍କ ଭିତରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି. ସୋମବାର ଦିନ ମହାବଳ ବାଘର ପାଦ ଚି଼ହ୍ନ ଚିହ୍ନଟ ହେବାର ୨୪ ଘଣ୍ଟା ନ ପୂରୁଣୁ ମହାବଳ ବାଘଟି ଜନବସତିର ଗୁହାଳରୁ ଗୋଟିଏ ଗାଇକୁ ଟାଣି ନେଇ ଖାଇ ଦେବା ଘଟଣାରେ ଅଞ୍ଚଳବାସୀ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି. ବର୍ତ୍ତମାନ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି. ବନବିଭାଗ ମହାବଳ ବାଘର ଗତିବିଧ‌ି ନେଇ ସଜାଗ ରହିଛି ବୋଲି ପାରଳାଖେମୁଣ୍ଡି ଡିଏଫଓ ଏସ. ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ, ଗୋଷଣୀ ବ୍ଲକର ଅନ୍ଧାରୀଝୋଲି ଗ୍ରାମରେ ଜାକବ ଶବରଙ୍କ ଗାଇ ଗୁହାଳରେ ବନ୍ଧା ଯାଇଥିବା ଏକ ବିରାଟ ଗାଇକୁ ମଙ୍ଗଳଵାର ମଧ୍ୟ ରାତ୍ରରେ ଟାଣି ନେଇ ଅଧା ଖାଇବା ପରେ ଗାଇର ମୃତଦେହକୁ ଜଙ୍ଗଲ ଭିତରେ ଛାଡି ମହାବଳ ବାଘଟି ଚାଲି ଯାଇଛି. ଏହି ଘଟଣା ପରେ ବନ ବିଭାଗ ତରଫରୁ ରେଡ ଆଲେର୍ଟ ଜାରି କରାଯାଇ ଜନ ସାଧାରଣଙ୍କୁ ବିଭିନ୍ନ ଭାବେ ସଚେତନ କରିବା ସହ ସାଧାରଣ ନିଜ ନିଜ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ମହାବଳ ବାଘର କୌଣସି ସନ୍ଧାନ ପାଇଲେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଜଣେଇବା ପାଇଁ ପାରଳା ଡିଏଫଓ ଏସ. ଆନନ୍ଦ ସାଧାରଣଙ୍କୁ ଅନୁରୋଧ କରିଛନ୍ତି. ଏଠାରେ ସୂଚନାଯୋଗ୍ୟ ଏହି କି ଯେ, ଗତ ୧ ବର୍ଷ ତଳେ ଗଜପତି ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ବୁଲୁଥିବା ମହାବଳ ବାଘଟି ପୁଣି ଥରେ ପାରଳାଖେମୁଣ୍ଡି ଅଞ୍ଚଳରେ ପ୍ରବେଶ କରିଛି ବନ ବିଭାଗ ପକ୍ଷରୁ ଦେବଗିରି ଓ ନାରାୟଣପୁର ବନାଞ୍ଚଳ ଅଧିକାରୀଙ୍କୁ ନେଇ ୨ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି. ମହାବଳ ବାଘର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଧ୍ୟା ନଇଁଲେ ଘରୁ ନ ବାହାରିବା ପାଇଁ ବନବିଭାଗ ଲୋକଙ୍କୁ ଅନୁରୋଧ କରିବା ସହ ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ସହ ମହାବାଳ ବାଘର ବିଚରଣ ନେଇ ଏହି ୨ ଟି ଟିମ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସାଧାରଣଙ୍କୁ ସଚେତନ କରୁଥିବା ଦେଖାଦେଇଛି. ତଥାପି ଲୋକେ ପୁଣି ମହାବଳ ବାଘର ଏଭଳି ବିଚରଣ ନେଇ ଭୟ ଆତଙ୍କରେ ନିଜନିଜକୁ ସୁରକ୍ଷିତ ମଣୁନାହାନ୍ତି. ପ୍ରଶାସନ ଓ ବନ ବିଭାଗ ଏନେଇ ତୁରନ୍ତ ଆହୁରି ଅଧିକା ପଦକ୍ଷେପ ଗ୍ରହଣ କରି ଜନ ସାଧାରଣ ଓ ଗୃହପାଳିତ ପଶୁଙ୍କ ଜୀବନକୁ ସୁରକ୍ଷା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ