Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ ୪୫ଏକର ଜମିରେ ୯ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ ଚାଷକୁ ପୋଡି ନଷ୍ଟ କଲେ

ପାରଳାଖେମୁଣ୍ଡି:୫/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତର ଭାଲିଆଗଣ୍ଡା ଗ୍ରାମରେ ଥିବା ୪୫ଏକର ପାହାଡିଆ ଜମିରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଗଛ ଚାଷକୁ ପୋଡି ନଷ୍ଟ କରିଥିଲେ ରା.ଉଦୟଗିରି ପୋଲିସ ସହ ଅବକାରୀ ବିଭାଗ ଓ ବନ ବିଭାଗ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ ଭାବେ କରାଯାଇଥିବା କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଏଭଳି ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ଭ ନଷ୍ଟ କରାଯିବ ବୋଲି ଆର.ଉଦୟଗିରି ଥାନ ପକ୍ଷରୁ କୁହାଯାଇଛି।