ରାଉରକେଲା ରେଳ ଷ୍ଟେସନରୁ ୬୫ କାଜି ସୁନା ଜବତ


ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରୁ ବିପୁଳ ପରିମାଣର ରୁପା ଜବତ କରାଯାଇଛି । ରୁପାର ଓଜନ ୬୫ କେଜିରୁ ଅଧିକ ହେବ । ରାଞ୍ଚିର ଚନ୍ଦନ କୁମାର ନାମକ ଜଣେ ଯାତ୍ରୀଙ୍କଠାରୁ ଏହି ରୁପା ଅଳଙ୍କାର ଜବତ ହୋଇଛି । ରେଲୱେ ପୋଲିସ ରୁପା ଅଳଙ୍କାର ଜବତ କରିବା ପରେ ଗତକାଲି ରାତିରେ ଜିଏସଟି ବିଭାଗକୁ ହସ୍ତାନ୍ତର କରିଛି ।

ରାଉରକେଲା ଜିଏସଟି ବିଭାଗ ଘଟଣାର ତଦନ୍ତ ଆରମ୍ଭ କରୁଛି । ତେବେ ଚନ୍ଦନ ରୁପା ଅଳଙ୍କାର କେଉଁଠୁ ଆଣିଛନ୍ତି ଓ କେଉଁ ଅଞ୍ଚଳକୁ ନେଉଥିଲେ, ଜିଏସଟି ପଇଠ ହୋଇଛି କି ନାହିଁ ସେନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି । କାଗଜପତ୍ର ଯାଞ୍ଚ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଏସଟି ବିଭାଗ ।