Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲି ଯିଏ କାନ୍ଦିଲେ ବି ଟ୍ବିଟରରେ ଟ୍ରେଣ୍ଡ୍‌ କରୁଛି; ମୋଦୀଙ୍କୁ ପ୍ରିୟଙ୍କାଙ୍କ ପାଲଟା ଜବାବ

ନୂଆଦିଲ୍ଲୀ: ଜମୁଛି କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର। ଅନ୍ୟପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଲଟା ଜବାବ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରିୟଙ୍କା ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୋଦୀଙ୍କ ତାଙ୍କ ଭାଇଠୁ କିଛି ଶିଖିବାର ଆବଶ୍ୟକତା ରହିଛି। ଅଯୋଗ୍ୟ ଘୋଷିତ ହେବା ପରେ ମଧ୍ୟ ଦେଶ ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ଅଛନ୍ତି ରାହୁଲ।

ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି ଯେ, ମୁଁ ଏମିତି ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲି ଯିଏ କାନ୍ଦିଲେ ବି ଟ୍ବିଟରରେ ଟ୍ରେଣ୍ଡ୍‌ କରୁଛି। …’ #CryPMPayCM।

ଉଲ୍ଲେଖ ଥାଉ କି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ‘ବିଷଧର ସାପ’ କହି ମୋଦୀଙ୍କ ଉପରେ ଯେଉଁ ବିବାଦୀୟ ବୟାନ ଦେଇଥିଲେ ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କଂଗ୍ରେସ ଏବଂ ଏହାର ନେତାମାନେ ତାଙ୍କୁ ୯୧ ଥର ଦୁର୍ବ୍ୟବହାର କରିଛନ୍ତି।