Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାଡପତ୍ରକୁ ନେଇ ବଡ଼ ନିଷ୍ପତ୍ତି; ସିଧାସଳଖ ବିବାହ ରଦ୍ଦ କରିପାରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିବାହର ଯେଉଁଠି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବାର କୌଣସି ସମ୍ଭାବନା ନଥିବ ସେଭଳି କ୍ଷେତ୍ରରେ ସିଧାସଳଖ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦେଇପାରିବେ ସୁପ୍ରିମ୍‌କୋର୍ଟ। ପରସ୍ପର ସହମତିରେ ଛାଡପତ୍ର ପାଇଁ ପ୍ରଯୁଜ୍ୟ ଅବଧି ୬ ମାସ ଯାଏ ଅପେକ୍ଷା କରିବାର ଆଇନଗତ ବାଧ୍ୟତାମୂଳକ ମଧ୍ୟ ଏଭଳି ପରିସ୍ଥିତିରେ ଆବଶ୍ୟକ ହେବ ନାହିଁ।

ଏହି କ୍ଷେତ୍ରରେ ସୁପ୍ରିମ୍‌କୋର୍ଟ ବିବାହ ରଦ୍ଦ ପୂର୍ବକ ଛାଡପତ୍ରକୁ ମଞ୍ଜୁରୀ ଦେଇପାରିବେ। ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କ ସମ୍ବିଧାନ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି। ବେଞ୍ଚ କହିଛି ଯେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଦିଆଯାଇଥିବା ସ୍ୱତନ୍ତ୍ର ଶକ୍ତି ବ୍ୟବହାର କରି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇପାରିବେ।

ହିନ୍ଦୁ ବିବାହ ଅଧିନିୟମ ୧୯୫୫ ର ଧାରା 13-B ରେ ଏକ ବ୍ୟବସ୍ଥା ଅଛି ଯେ ସ୍ୱାମୀ-ସ୍ତ୍ରୀ ଫ୍ୟାମିଲି କୋର୍ଟରେ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ପାଇଁ ଆବେଦନ କରିପାରିବେ। କିନ୍ତୁ ଫ୍ୟାମିଲି କୋର୍ଟରେ ଅଧିକ ସଂଖ୍ୟକ ମାମଲା ଥିବାରୁ ଆବେଦନ ଶୁଣାଣି ପାଇଁ ବିଚାରପତିଙ୍କ ନିକଟକୁ ଆସିବାକୁ ସମୟ ଲାଗିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ