Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଚୋରାରେ ଚାଲାଣ ବେଳେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ ୨୧୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ।

ପାରଳାଖେମୁଣ୍ଡି:୧୦/୧୨(ଗରୁଡ଼ ଧ୍ୱଜ ଚୌଧୁରୀ ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଉ ଥିବା ବେଳେ ଅନ୍ୟ ପଟେ ଗଞ୍ଜେଇ ଚୋରା ଚାଲାଣ ରୋକିବାର ନାଁ ଧରୁନି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମର୍ଚିମା ଛକ ରେ ଗଜପତି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଁ ଚାଲିଥିବା ବେଳେ ଏକ କାର ହାବୁଡ଼ରେ ପଡ଼ିଥିଲା ତାକୁ ଅଟକାଇ ତଲାସୀ କରିବାରୁ ସେଥିରୁ ସାତଗୋଟି ବସ୍ତା ରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ କୁ ଓଜନ କରାଯାଇଥିଲା ଯାହାର ପରିମାଣ ୨୧୦ କିଲୋ ଗ୍ରାମ ହୋଇଥିଲା। ଉକ୍ତ ଗଞ୍ଜେଇ ମୋହନା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କୁ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା ଅବକାରୀ ବିଭାଗ।ଉକ୍ତ ଚଢ଼ାଉ ରେ ଗଞ୍ଜାମ ଜିଲ୍ଲା ବି ଜଗନ୍ନାଥପୂର୍ ଗାଁ ର କେ ଶିବରାମ ଦାଶ ଙ୍କ ସହ ଏକ ନୀଳ କାର କୁ ଜବତ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉ ରେ ଡିଏସଇ ବିଭୂତି ଭୂଷଣ ତିୱାରୀ, ମୋହନା ଅବକାରୀ ବିଭାଗ ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଙ୍କ ତତ୍ଵାବଧାନରେ ଜବତ୍ କରାଯାଇଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ