ଅଡବା ଥାନା ଅନ୍ତରବା ଗ୍ରାମରୁ ଅପହରଣ କରାଯାଇଥିବା ଯୁବକ ୩ଦିନ ପରେ ଅଡବା ପୋଲିସ ଦ୍ବାରା ଉଦ୍ଧାର


ପାରଳାଖେମୁଣ୍ଡି:୧୧/୧୨(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆନ୍ତରବା ଗ୍ରାମରୁ ଅପହରଣ କରାଯାଇଥିବା ଯୁବକକୁ ୩ ଦିନ ପରେ ଅଡବା ପୋଲିସ ଉଦ୍ଧାର କରିଛି l ଏହି ଅପହରଣ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବ୍ରହ୍ମପୁରରୁ କାଳିଆ ଗୌଡ଼ ଓ ଶିବ ଗୌଡ଼ ୨ ଜଣଙ୍କୁ ଗିରଫ କରିଛି ପୋଲିସ l ବ୍ୟବହୃତ କାର ଓ ଟଙ୍କା ଜବତ ହୋଇଛି l ଘଟଣାରୁ ପ୍ରକାଶ ଯେ, ଗତ ୭ ତାରିଖରେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର ଅଲିଭ ପାଲ ଓ ତାଙ୍କ ଶଳା ସୁମିତ କରାଡଙ୍କ ବ୍ରହ୍ମପୁରର କାଳିଆ ଓ ଶିବ ଗାଁକୁ ଆସି ବ୍ୟବସାୟ ଉଦ୍ଧେଶ୍ୟରେ ବ୍ରହ୍ମପୁର ଡାକି ନେଇଥିଲେ l ବ୍ରହ୍ମପୁର ନେବା ପରେ ସେଠାରେ ଏକ ଘରେ ରଖି ଉଭୟଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଦେଲେ ଛାଡ଼ିବୁ ବୋଲି ଧମକ ଦେଇଥିଲେ l ପରିବାର ଲୋକେ ଭୟରେ ଅପହରଣ ୭୩ ହଜାର ଟଙ୍କା ଦେଇଥିଲେ l ଟଙ୍କା ଦେଲା ପରେ ମଧ୍ୟ ଅଲିଭ ଓ ସୁମିତ କୁ ସେମାନେ ଛାଡି ନଥିଲେ l ସେମାନଙ୍କ ଠାରୁ ଅପହରଣ କାରୀ କାର ନଂ (ଓଡ଼ି ୦୭ ସି– ୫୩୯୨) ମଧ୍ୟ ନେଇଯାଇଥିଲେ l ଘଟଣା ସ୍ଥଳରୁ କୌଶଳକ୍ରମେ ସୁମିତ ଖସି ଆସିବା ପରେ ପରିବାରକୁ ଜଣାଇଥିଲେ l ପରିବାର ପକ୍ଷରୁ ଅଡବା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଅଡବା ପୋଲିସ କେସ ନଂ ୧୯୬/୨୪ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ l ପୋଲିସ ଅପହରଣ କାରୀଙ୍କ କବଳରୁ ଆଲିଭଙ୍କୁ ଉଦ୍ଧାର କରିଥିଲେ l ପରେ ଅପହରଣ କାରୀଙ୍କ ଠାରୁ କାର, ଦେଇଥିବା ଟଙ୍କା ଓ ମୋବାଇଲ ଫୋନ ଜବତ କରି ଅପହରଣ କାରୀ ଦୁହିଁଙ୍କୁ ଗିରଫ କରିଥିଲା l ତେବେ ପୁର୍ବ ଶତ୍ରୁତାକୁ ନେଇ ଦୁଇ ଜଣଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି l ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ବୋଲି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି l