Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ୭୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ୭୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
କାଶୀନଗର ଠାରେ ଥିବା ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ୭୦ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି. ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ଆରମ୍ଭ ହୋଇଥିବା ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ଉପାଧକ୍ଷ ରଘୁ ରାମ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ, ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଧନଞ୍ଜୟ, କାଶୀନଗର ବ୍ଲକ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ପରିଚାଳନା କମିଟି ସଭାପତି ଶୁଭ୍ରାଂଶୁ ପଣ୍ଡା,ସ୍ଥାନୀୟ ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ,ପୁରାତନ ଛାତ୍ର କେ ରାମରାଓ ମଞ୍ଚାସିନ ହୋଇ ସତୁରି ବର୍ଷ ପୂର୍ବେ ସ୍ବର୍ଗତ ଦାସାରୀ ଆପ୍ପା ରାଓ ନାଇଡ଼ୁ କାଶୀନଗର ଭଳି ଏକ ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଛଅ ଏକର ଜାଗା ବିଦ୍ୟାଳୟ ପାଇଁ ଦାନ କରି ଯେଉଁ ବୀଜ ବୁଣିଥିଲେ ଆଜି ତାହା ଏକ ବିରାଟ ହଜାର ହଜାର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷିତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ବଡ଼ ବଡ଼ ପଦ ପଦବୀ ରେ ମର୍ଯ୍ୟଦପୂର୍ଣ ଭାବେ ରହିଛନ୍ତି. 1955 ମସିହା ରେ ସ୍ବର୍ଗତ ଡି ଆପ୍ପା ରାଓଙ୍କ ମହାନତାକୁ ଉପସ୍ଥିତ ଥିବା ଦର୍ଶକଙ୍କ ସମ୍ମୁଖରେ ଆହୁରି ମନ ପକାଇବା ପାଇଁ ନାତୁଣୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂପ୍ରାୟ ଜଣ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା କରାଯାଇ ଥିଲା. ବିଦ୍ୟାଳୟ ର ଉନ୍ନତି ତଥା ସମ୍ମୁଖ ଦ୍ଵାର କରିବା ପାଇଁ କିଛି ପୁରାତନ ଛାତ୍ର ଅର୍ଥ ପ୍ରଦାନ କରିବା ପାଇଁ କହିଥିବା ବେଳେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ କିମିତି ଶିକ୍ଷା ର ଅଗ୍ରଗତି କରିପାରିବେ ସେଥିପାଇଁ ସମସ୍ତେ ଗୁରୁତ୍ୱ ଦେବା ଉଚିତ. ଏହି ବିଦ୍ୟାଳୟର ୨୦୧୬ ଦଶମ ଶ୍ରେଣୀ ବେଚର ଜଣେ ଛାତ୍ରୀ କାରନମ ସୌଜନ୍ୟା ବୋର୍ଡ, କାଉନସିଲ ଓ ୟୁନିଭେର୍ସିଟି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣ ପଦକ ପାଇ ବିଦ୍ୟାଳୟର ଅଧ୍ୟୟନ ରତ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରେରଣାର ଉତ୍ସ ହୋଇ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରି ଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା. ବିଦ୍ୟାଳୟ ର ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ସୁନ୍ଦର ସଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ କରି ଦର୍ଶକ ଙ୍କ ମନ ମହିଥିଲେ. ବିଦ୍ୟାଳୟ ର ବିଭିନ୍ନ ବିଭାଗ ରେ ସଫଳର ସହ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରାଯାଇ ଉତ୍ସହିତ କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଭାଗିରଥି ବେହେରାଙ୍କ ସହ ତାଙ୍କ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସମସ୍ତଙ୍କ ତରଫରୁ ଶ୍ରେୟ ପ୍ରଦାନ କରାଯାଇଥିଲା ୭୦ ତମ ବାର୍ଷିକ ଉତ୍ସବକୁ ଚୀର ସ୍ମରଣୀୟ ରଖିବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପ୍ରଗାଢ଼ ଚେଷ୍ଟା ଓ ଉଦ୍ୟମ ରେ ଏକ ସୁନ୍ଦର ସ୍ମରଣୀକା ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ