Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଏସ୍‌ଟି ଆଦାୟରେ ରେକର୍ଡ କଲା ଦେଶ; ଏପ୍ରିଲରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ ଜିଏସ୍‌ଟି ଆଦାୟରେ ରେକର୍ଡ କରିଛି ଦେଶ। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ମାସରେ ଜିଏସ୍‌ଟି ଆଦାୟ ପ୍ରାୟ ୧ ଲକ୍ଷ ୮୭ ହଜାର କୋଟିରେ ପହଞ୍ଚିଛି ।

ଗତ ବର୍ଷ ଏପ୍ରିଲ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୬୮ ହଜାର କୋଟି ରହିଥିଲା । ୨୦୨୩ ଏପ୍ରିଲରେ ଏହି ସଂଗ୍ରହ ପରିମାଣ ୧୯ ହଜାର ୪୯୫ କୋଟି ଟଙ୍କା ଅଧିକ ରହିଛି ।

ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ମୋଟ୍ ଜିଏସଟି ସଂଗ୍ରହ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ଟପିଛି। ୨୦୨୩ ଏପ୍ରିଲ ୨୦ ତାରିଖରେ ସର୍ବାଧିକ ୬୮ ହଜାର ୨୨୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ