Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋରୁ ଚାଲାଣ ବେଳେ ଧରିଲା ପୋଲିସ, ଦୁଇ ଗିରଫ

ଭଦ୍ରକ: ଗୋଟିଏ ପିକଅପ୍ ଭ୍ୟାନରେ ଖୁନ୍ଦାଖୁନ୍ଦି ହୋଇ ଚାଲାଣ ହେଉଥିଲେ ୧୭ ଗୋରୁ । ଟିକେ ବି ବୁଲିବାକୁ ନଥିଲା ଜାଗା । ରାସ୍ତାରେ ଯାଉଥିବା ବେଳେ ପଡ଼ିଲା ପୋଲିସ ନଜର । ଭଦ୍ରକ ଜିଲ୍ଲା ସନ୍ଥିଆ ନିକଟରେ ପିକଅପକୁ ମାଡ଼ି ବସିଲା ପୋଲିସ । ଭ୍ୟାନରେ ଥିବା ୧୭ ଗୋରୁ ଉଦ୍ଧାର ପରେ ଛଡ଼ାଗଲା ଗୋଶାଳାରେ ।

ପୋଲିସ ସୂଚନା ଅନୁସାରେ, ବନ୍ତରୁ ଏକ ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା । ପୁରୁଣା ବଜାର ପୁଲିସ ସନ୍ଥିଆ ନିକଟରେ ପିକଅପ ଭ୍ୟାନଟିକୁ ଅଟକାଇଥିଲା । ଗାଡ଼ି ଯାଞ୍ଚ ବେଳେ ଗାଡ଼ିରୁ ୧୭ ଗୋରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରି ତଦନ୍ତ କରୁଛି । ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଭ୍ୟାନରେ ଚାଲାଣ କରାଯାଉଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ପଶୁ ଡାକ୍ତର ଡକାଯାଇ ଗୋରୁଙ୍କ ଚିକିତ୍ସା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ