Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆ ଆଡ୍ଡା ଉପରେ ଚଢ଼ାଉ ପରେ ଫେରାର ଜୁଆଡିର ମୃତଦେହ ଜଙ୍ଗଲରୁ ଉଦ୍ଧାର

ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ । ଜଣେ ଗିରଫ ହୋଇଥିବା ବେଳେ ଅନ୍ୟମାନେ ହୋଇଗଲେ ଫେରାର । ଆଉ ଏହି ଫେରାର ଜୁଆଡିଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଜଙ୍ଗଲରୁ କରାଗଲା ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏମିତି ଘଟଣା ଘଟିଚି ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳରେ ।

ଗତକାଲି ତଳସରା ଥାନା ଅଞ୍ଚଳରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ପୋଲିସ । ସେଠାରୁ ୬ଟି କାର, ୨୦ ହଜାର ନଗଦ ଟଙ୍କା ସହ ମୋବାଇଲ ଜବତ କରିଥିଲା । ଜଣେ ଜୁଆଡି ଧରାପଡିଥିବା ବେଳେ ଅନ୍ୟ ଜୁଆଡିମାନେ ଫେରାର ହୋଇ ଯାଇଥିଲେ । ଚଢ଼ାଉର କିଛି ସମୟ ପରେ ନିକଟ ଜଙ୍ଗଲରରୁ ଫେରାର ମହମ୍ମଦ ଫୈଜାଲ ନାମକ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବକ ଜଣକର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ସୁନ୍ଦରଗଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ବେଳେ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ