Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା କାଶୀନଗର ବ୍ଲକକୁ ଫେରିଲେ ୪ ଟିକିଆ ହାତୀପଲ

ପାରଳାଖେମୁଣ୍ଡି:୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳକୁ ପୁଣି ଫେରିଛି ୪ ଟିକିଆ ହାତୀପଲ। ଏନେଇ କାଶୀନଗର ଅଞ୍ଚଳରେ ପୁଣି ସାଧାରଣଙ୍କ ଠାରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି. ଗତ କିଛି ଦିନ ତଳେ ହରିପୁର, ସିଆଳି, ଜୀବନଦାସଗୁଡ଼ା ଆଦି ଗ୍ରାମରେ ହାତୀ ଉପଦ୍ରବ ଦେଖା ଦେଇଥିଲା. ପରେ ବନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରେ ନଦୀ ପାର ହୋଇ ଏହି ୪ ଟିକିଆ ହାତୀପଲ ଆନ୍ଧ୍ରକୁ ଚାଲି ଯାଇଥିଲେ। ପୁଣି ଏହି ହାତୀପଲ ଖାଣ୍ଡବା ପଞ୍ଚାୟତ ଭାନ୍ନା ଗ୍ରାମ ନିକଟରେ ବୁଲୁ ଥିବା ଗ୍ରାମବାସୀ କହିଛନ୍ତି। ଧାନ ଅମଳ ବେଳେ ହାତୀମାନେ ଫସଲ ନଷ୍ଟ କରୁଛନ୍ତି ବୋଲି ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି. ବନ ବିଭାଗ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ