Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦” ଉଦଯାପିତ

ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦” ଉଦଯାପିତ
ପାରଳାଖେମୁଣ୍ଡି:୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ତିନଦିନ ଧରି ଚାଲିଥିବା ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି।ଏହି ମାରାଥନ ସ୍ଥାନୀୟ ଭେଙ୍କେଟେଶ୍ଵର ମନ୍ଦିର ରୁ ଆରମ୍ଭ ହୋଇ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଜାତୀୟ ସେବା ଯୋଜନାରର ସ୍ବେଚ୍ଛାସେବୀ,ଏନସିସି କେଡର,କର୍ମଚାରୀ ବୃନ୍ଦ ଏହି ମାରାଥନ ରେ ଅଂଶଗ୍ରହଣ କରିଥିଲେ। ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ମାରାଥନର ଶୁଭାରମ୍ଭ କରିବା ପ୍ରତ୍ୟେକ ଦିନ ଦୌଡିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଶରୀର ରୋଗ ମୁକ୍ତ ହେବ ବୋଲି କହିଥିଲେ।ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡ.ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ , ପରୀକ୍ଷା ନିୟନ୍ତ୍ରକ ପି ବିଜୟ କୁମାର ପ୍ରମୁଖ ଯୋଗ ଉପସ୍ଥିତ ଥିଲେ।ସକାଳେ ଏହି ଉଦଯାପନୀ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା ଏଥିରେ ବିଶେଷ ଅତିଥି ଭାବେ ହାଇଦ୍ରାବାଦସ୍ଥିତ ଜେଲିସ କଂପାନୀର ସିନିୟର୍ ପ୍ରିନ୍ସିପଲ୍ ଅର୍କିଟେକଚର ଟି ବିଦ୍ୟାସାଗର ଓ ମୀରାକଲ୍ ସଫ୍ଟୱେର ର ମ୍ୟାନେଜର ଭି.ମଧୁ ଯୋଗଦେଇ କମ୍ପ୍ୟୁଟର ବିଜ୍ଞାନର ବିଭିନ୍ନ ଭବିଷ୍ୟତର ଆହ୍ଵାନ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଉପଦେଶ ଦେଇଥିଲେ। କଂପୁଟର ସାଇନ୍ସ ବିଭାଗର ଡେପୁଟି ଡିନ ଡ଼ କେ ମୁରଲୀ ଗୋପାଳ ମଞ୍ଚସିନ ଥିଲେ।ବିଶ୍ଵବିଦ୍ୟାଳୟର ପରୀକ୍ଷା ନିରୀକ୍ଷକ ଡ ପି.ବିଜୟ କୁମାର ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ନଳିନୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାକାଳିନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁଣୁପୁର ଉପ ଜିଲ୍ଲାପାଳ ଉପ ଜିଲ୍ଲାପାଳ କିରଣ ଦୀପ କୌର ସହଟାତ ଯୋଗ ଦେଇ ଦୀପ ପ୍ରଜଳନ ଶୁଭାରମ୍ଭ କରିଥଲେ। ସମ୍ମାନୀୟ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟା ,ବି ଡ଼ି ଓ ଶୁଭ୍ରାଞ୍ଜଳି ପ୍ରଧାନ ,ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ସତ୍ୟଜିତ ନାୟକ, ଆଇ ଆର ବି ଏନ ଦୂର୍ଗପତି ବ୍ରଜ ମୋହନ ନାୟକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମୂଲ୍ୟ ଧଳ,ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଏନ ଭି ଜେ ରାଓ,ଆବାହକ ବିଭୂ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ଦର୍ଶକମାନେ ଝୁମିଲେ। ପରିଶେଷରେ ମଣ୍ଟୁ ଛୁରିଆଙ୍କୁ ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା,ମହା ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼ ଏନ ଭି ଜଗନ୍ନାଧା ରାଓ , ପ୍ରମୁଖ ଉପଡୋକନ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଡିନ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନଙ୍କ ସହ ଅଞ୍ଚଳବାସିଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା l ମାରାଥନରେ ଯୋଗ ଦେଲେ ଅଧ୍ୟାପକ ଓ ଛାତ୍ରଛାତ୍ରୀ
ତୃତୀୟ ରଜନୀରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।