ବରଗଡ଼ ଧନୁଯାତ୍ରା: ବଦଳିଲା ସ୍କୁଲ ଓ ଜଲେଜ ସମୟ


ବରଗଡ଼: ଚାଲିଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଉ ଏଥିପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ପାଠପଢ଼ା ସମୟରେ କରାଯାଇଛି ପରିବର୍ତ୍ତନ । ସମ୍ଭାବ୍ୟ ଭିଡ ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି ।

ଏଣିକି ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ରହିଥିବା ସମସ୍ତ ସ୍କୁଲ, କଲେଜ ଗୁଡ଼ିକରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିବ । ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରୀଛାତ୍ରଙ୍କ ପାଠପଢା ପୁଣି ଆରମ୍ଭ ହେବ ।

ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତିରେ ଥରହର ହେଉଛି ମଥୁରା ନଗରୀ । ଦିନରେ ନଗର ଭ୍ରମଣ ଓ ରାତିରେ ରାଜ ଦରବାରରେ ଶାସନ କରୁଛନ୍ତି କଂସ ମହାରାଜ । ମଥୁରାରେ ନଗର ଭ୍ରମଣ କରୁଛନ୍ତି ମହାରାଜ କଂସ । ଲୋକଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଅନ୍ୟାୟ ଦେଖିଲେ ଦଣ୍ଡ ବିଧାନ କରୁଛନ୍ତି ।