Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ପ୍ରଶାସନ ର ନିଷ୍କ୍ରିୟତାର ସୁଯୋଗ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆନ୍ଧ୍ର ସରକାରଂକ ଦାଦାଗିରି… ଓଡିଶା ଚାଷୀଙ୍କୁ ଆନ୍ଧ୍ର ଟୋକେନ ବାଣ୍ଟି ଶାଗ ମାଛ ଦରରେ ଧାନ ଫସଲ ଆନ୍ଧ୍ରକୁ କିଣି ନେଉଛନ୍ତି

ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗର ନିଷ୍କ୍ରିୟତା ଯୋଗୁଁ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଏକ ପ୍ରକାର ଦାଦାଗିରି ଶାସନ ଚଳାଉ ଥିବା ଲକ୍ଷ୍ୟ କରାଯାଉଛି ଏବେ ଓଡ଼ିଶାର ଚାଷୀଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଟୋକେନ ବାଣ୍ଟି ଓଡ଼ିଶା ଗଜପତି ଜିଲ୍ଲାର ଚାଷୀଙ୍କ ଠାରୁ ଶାଗ ମାଛ ଦରରେ ଧାନ କିଣିବା ପ୍ରୟାସ ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଈ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ଯୋଗାଣ ବିଭାଗ ବର୍ତ୍ତମାନ ସୁଦ୍ଧା ଅମଳ ଧାନ ଫସଲ ବିକ୍ରି କରିବା ପାଇଁ ମଣ୍ଡି କିମ୍ୱା କୌଣସି ବିକ୍ରି ସୁଦ୍ଧା ବ୍ୟବସ୍ଥା କରିପାରିନାହାନ୍ତି ତେଣୁ ଧାନ ଫସଲ ଉପରେ ଆନ୍ଧ୍ରର ଦଲାଲ ଓ ପ୍ରଶାସନ ମଧ୍ୟ ରଖିଛି ଲୋଲୁପ ଦୃଷ୍ଟି । ଆନ୍ଧ୍ର ସରକାର ଗଜପତି ଜିଲ୍ଲା ଓଡ଼ିଶାରେ ଧାନ କିଣିବା ପାଇଁ ଏବେ ଏକ ବିଚିତ୍ର ଧାନ ସଂଗ୍ରହ ନୀତି ଅନୁସରଣ କରିଛନ୍ତି. ଗଜପତିରୁ ବାହାରକୁ ଧାନ ଚୋରାଚାଲାଣ ଓ ଅସାଧୁ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡିଶା ପ୍ରଶାସନ ତରଫରୁ ସିସିଟିଭି କ୍ୟାମେରା ସହ ନାକା ପଏଣ୍ଟରେ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି. କିନ୍ତୁ ଏସବୁ ପାଣିରେ ଗାର ପାଲଟିଛି. କାରଣ ଆନ୍ଧ୍ର ଓଡିଶାର ଧାନ କିଣିବା ସହ ଓଡ଼ିଶାର ଚାଷୀଙ୍କ ନାଁରେ ଟୋକନ ମଧ୍ଯ ଦେଉଛି । ସୀମାନ୍ତବର୍ତ୍ତୀ ଗଜପତି ଜିଲ୍ଲାରେ ସବୁବେଳେ ଆନ୍ଧ୍ର ପକ୍ଷରୁ କିଛି ନା କିଛି ବିଶୃଙ୍ଖଳା ଦେଖ‌ିବାକୁ ମିଳିଛି. ଏବେ ଧାନ କିଣାରେ ଯେଉଁ ପରିସ୍ଥିତି ଦେଖୁବାକୁ ମିଳିଛି ତାହା ସବୁ ସୀମାକୁ ଟପି ଆନ୍ଧ୍ର ଓଡ଼ିଶାରେ ଏକରକମର ଶାସନ ଜାରି କରିବା ଆରମ୍ଭ କରିଦେଇଛି. ଓଡିଶା ଧାନ ଓଡିଶା ଚାଷୀଙ୍କ ନାଁରେ ଆନ୍ଧ୍ରରେ ଟୋକନ ଜେନରେଟ କରି ଆନ୍ଧ୍ର ଧାନ କିଣୁଛି ତାହା ମଧ୍ୟ ଖୋଲାଖୋଲି ଚାଷୀଙ୍କୁ ଦେଉଛନ୍ତି ଟୋକନ, ଧାନର ଓଜନ ରସିଦ । ଯାହା ଦେଖୁଲେ ଅନୁମାନ କରାଯାଇପାରେ ସରକାରଙ୍କ ନିର୍ଦ୍ଦେଶ ଏଠାରେ ପାଣିରେ ଗାର । ନିର୍ଦ୍ଦେଶ ବାଟେ ନିର୍ଦ୍ଦେଶ ରହିଛି ତଥାପି ଆନ୍ଧ୍ର ପ୍ରଶାସନ ଓ ଆନ୍ଧ୍ର ବେପାରିମାନେ ଗଜପତି ଜିଲ୍ଲାର ଗୋସାଣି, ଏବଂ କାଶୀନଗର ବ୍ଲକରୁ ପ୍ରତିଦିନ ଆସି ଧାନ କିଣି ଆନ୍ଧ୍ରକୁ ଚୋରାଚାଲାଣ କରୁଛନ୍ତି ।ବର୍ତ୍ତମାନ ତେଲୁଗୁ ସମ୍ପ୍ରଦାୟଙ୍କ ପଙ୍ଗଲ ପର୍ବ ୧୨ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି. ଏହି ପର୍ବ ସେମାନଙ୍କ ସବୁଠାରୁ ମୁଖ୍ୟ ପର୍ବ ହୋଇଥିବା ଯୋଗୁ ପର୍ବ ପାଳନ ପାଇଁ ବର୍ତ୍ତମାନ ଗଜପତିର ଚାଷୀଙ୍କୁ ଆବଶ୍ୟକ ଅର୍ଥ ଦରକାର. ତେଣୁ ସରକାର ଧାନ ନେବେ କି ନନେବେ, ଚାଷୀ ଭରସା କରି ପାରୁ ନାହାନ୍ତି । ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀକୂଳ ଏକପ୍ରକାର ନିରୁପାୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କ ହାତକୁ ଶାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ଯ ହେଉଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ