Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୂଣ୍ଡି ସହରରେ ଏକ ସ୍କୁଲରେ ଝିଅକୁ ଛାଡି ଫେରୁଥିବାବେଳେ ଦିନ ଦ୍ବିନ ଦ୍ବିପ୍ରହର ରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଲେ ଲୁଟେରା

ପାରଳାଖେମୁଣ୍ଡି:୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜଣେ ମହିଳାଙ୍କ ବେକରୁ ୨ ଭରି ସୁନା ଚେନକୁ ୨ ଜଣ ଲୁଟେରା ଲୁଟି ନେଇଥିବା ଜଣାଯାଇଛି. ପାରଳାଖେମୂଣ୍ଡି ସହରର ରାଣୀ ପଦ୍ମାବତୀ ସାହିର ସଂଗୀତା ପାତ୍ର ଆଜି ସକାଳ ସମୟରେ ନିଜ ଝିଅକୁ ସ୍କୁଲରେ ଛାଡି ସହରର ଅଙ୍କସାହି ଦେଇ ଫେରୁଥିବାବେଳେ ହଟାତ ୨ ଜଣ ଲୁଟେରା ଗୋଟିଏ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନକୁ ଝାମ୍ପି ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲେ. ଘଟଣା ନେଇ ଖବର ପାଇବା ସଙ୍ଗେ ସଙ୍ଗେ ପାରଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିଛନ୍ତି. ପାରଳା ଥାନା ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି ଘଟଣା ନେଇ ପାରଳା ଥାନାରେ କେଶ ନଂ ୧୦ ରେ ମକଦ୍ଦମା ରୁଜୁ କରାଯାଇ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି. ଅତି ତୁରନ୍ତ ଏହି ୨ ଲୁଟେରାଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ ପୋଲିସ କହୁଥିବା ବେଳେ ଦିନକୁ ଦିନ ପାରଳାଖେମୁଣ୍ଡି ସହରରେ ଚୋରି ବୃଦ୍ଧି ପାଇବା ରେ ଲାଗିଛି ଏହାକୁ ନେଇ ଜନସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।