Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୂଣ୍ଡି ସହରରେ ଏକ ସ୍କୁଲରେ ଝିଅକୁ ଛାଡି ଫେରୁଥିବାବେଳେ ଦିନ ଦ୍ବିନ ଦ୍ବିପ୍ରହର ରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଲେ ଲୁଟେରା

ପାରଳାଖେମୁଣ୍ଡି:୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜଣେ ମହିଳାଙ୍କ ବେକରୁ ୨ ଭରି ସୁନା ଚେନକୁ ୨ ଜଣ ଲୁଟେରା ଲୁଟି ନେଇଥିବା ଜଣାଯାଇଛି. ପାରଳାଖେମୂଣ୍ଡି ସହରର ରାଣୀ ପଦ୍ମାବତୀ ସାହିର ସଂଗୀତା ପାତ୍ର ଆଜି ସକାଳ ସମୟରେ ନିଜ ଝିଅକୁ ସ୍କୁଲରେ ଛାଡି ସହରର ଅଙ୍କସାହି ଦେଇ ଫେରୁଥିବାବେଳେ ହଟାତ ୨ ଜଣ ଲୁଟେରା ଗୋଟିଏ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନକୁ ଝାମ୍ପି ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲେ. ଘଟଣା ନେଇ ଖବର ପାଇବା ସଙ୍ଗେ ସଙ୍ଗେ ପାରଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିଛନ୍ତି. ପାରଳା ଥାନା ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି ଘଟଣା ନେଇ ପାରଳା ଥାନାରେ କେଶ ନଂ ୧୦ ରେ ମକଦ୍ଦମା ରୁଜୁ କରାଯାଇ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି. ଅତି ତୁରନ୍ତ ଏହି ୨ ଲୁଟେରାଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ ପୋଲିସ କହୁଥିବା ବେଳେ ଦିନକୁ ଦିନ ପାରଳାଖେମୁଣ୍ଡି ସହରରେ ଚୋରି ବୃଦ୍ଧି ପାଇବା ରେ ଲାଗିଛି ଏହାକୁ ନେଇ ଜନସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି l