Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଦଳକୁ ଫେରିବେ କି ଶରଦ ପାୱାର?; ପୁନର୍ବିଚାର ମାଗିଲେ ସମୟ

ମୁମ୍ବାଇ: ଗତକାଲି ଏନ୍‌ସିପି ସଭାପତି ଶରଦ ପାୱାର ଅଧ୍ୟକ୍ଷ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ। ପଦ ଛାଡିବା ପରେ ତାଙ୍କୁ ମନାଇବା ପାଇଁ ଦଳ ଉଦ୍ୟମ ଜାରି ରଖିଛି । ଇତି ମଧ୍ୟରେ ଶରତ ପାୱାର ତାଙ୍କ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରୁଛନ୍ତି । ପୁଣି ବଦଳେଇବେ କି ନିଷ୍ପତ୍ତି? ପୁଣି ଫେରିବେ କି ଦଳକୁ? ଏହା ଉପରେ ବିଚାର କରିବା ଲାଗି ସେ ୨ରୁ୩ ଦିନ ସମୟ ମାଗିଛନ୍ତି । ଏମିତି ସୂଚନା ଦେଇଛନ୍ତି  ଏନସିପି ନେତା ଏବଂ ଶରଦଙ୍କ ପୁତୁରା ଅଜିତ ପାୱାର।

ଶରଦ ପାୱାର ୟଶବନ୍ତ ରାଓ ଚହ୍ୱାନ ପ୍ରତିଷ୍ଠାନରେ ନିଜ ଆତ୍ମକଥା ଉନ୍ମୋଚନ ଅବସରରେ ଅଧ୍ୟକ୍ଷ ପଦ ଛାଡିବା ବିଷୟରେ ଘୋଷଣା କରିଥିଲେ । ଏଥିସହିତ ଆଗାମୀ ରଣନୀତି ପାଇଁ ବରିଷ୍ଠ ନେତାଙ୍କର ଏକ ପାନେଲ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ