Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଟି ଏଟିଏମ ତାଡ଼ି ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ: ବୌଦ୍ଧରେ ସିରିଜି ଏଟିଏମ୍ ଲୁଟ । ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମ ତାଡ଼ି ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ଘଟିଛି ବୌଦ୍ଧ ଥାନା ଅନ୍ତର୍ଗତ ବଢିଗାଁ ଓ ବିରନରସିଂହପୁରରେ । କେହି ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟଇ ନେଇଛନ୍ତି ।

ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଲୁଟେରାଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ପାଇନାହିଁ ।

ଅନ୍ୟପଟେ ଏଟିଏମରୁ ଏଭଳି ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୁରକ୍ଷା ବ୍ୟବସ୍ଥା ଢିଲା କାରଣରୁ ଏମିତି ଲୁଟପାଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories