Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶରେ ବଢୁଛି ବେକାରି ହାର; ଏପ୍ରିଲରେ ୮.୧୧ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢୁଛି ବେକାରି ସମସ୍ୟା। ଚଳିତ ବର୍ଷ ଏପ୍ରିଲରେ ବେକାରି ହାର ୮.୧୧%କୁ ବୃଦ୍ଧି ପାଇଛି। ମାର୍ଚ୍ଚରେ ଏହି ହାର ୭.୮% ଥିଲା। ଗତ ଚାରି ମାସରେ ଏହା ସର୍ବାଧିକ ବୋଲି ସିଏମ୍‌ଇଆଇ ତଥ୍ୟରୁ ଜଣାପଡ଼ିଛି। ତେବେ‌ ବେକାରିହାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ବୃଦ୍ଧି ପାଇଛି। ସହରାଞ୍ଚଳ‌ରେ ବେକାରି ହାର ୯.୮୧% ଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ରହିଛି ୭.୩୪ ପ୍ରତିଶତ।

ସିଏମ୍‌ଇଆଇର ମହେଶ ବ୍ୟାସ କହିଛନ୍ତି ଯେ ଶ୍ରମ ଶକ୍ତିରେ ଅଧିକ ଲୋକ ଯୋଗ ଦେଇଥିବାରୁ ଦେଶରେ କର୍ମହୀନଙ୍କ ସଂଖ୍ୟା ବଢିଛି। ଏପ୍ରିଲରେ ପ୍ରାୟ ୨.୨୫ କୋଟି ଲୋକ ଶ୍ରମ ଶକ୍ତିରେ ଯୋଗ ଦେଇଛନ୍ତି। ଏପ୍ରିଲ ସୁଦ୍ଧା ଶ୍ରମ ଶକ୍ତି ଅଂଶଗ୍ରହଣ ହାର ୪୧.୯୮%ରେ ପହଞ୍ଚିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ