Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳିଗଲା ଇଲେଟ୍ରୋନିକ୍ସ ଦୋକାନ

ଭଦ୍ରକ: ଇଲେଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ପୂରା ଦୋକାନା । ଘଟଣା ଧୁଷୁରୀ ବଜାରରେ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ଇ ପାଉଁଶ ହୋଇଯାଇଛି ।

ଦୋକାନରେ ଥିବା ଇଲେକଟ୍ରୋନିକ୍ସ ସାମଗ୍ରୀ ସମେତ ଟିଭି, ଫ୍ରିଜ, ଏସି ଆଦି ଜଳିଯାଇଛି । ନିଆଁ ଲିଭାଇବା ପାଇଁ ଧାମନଗରରୁ ୨ଟି ଅଗ୍ନିଶମ ଗାଡ଼ି ଆସିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଦୋକାନର ସବୁ ସାମଗ୍ରୀ ଜଳି ଯାଇଥିଲା । ନିଆଁ କିପରି ଲାଗିଲା ସ୍ପଟ ହୋଇନାହିଁ । ସଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ