Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ଏବେ ମରଣ ଯନ୍ତା : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତି ଗୁରୁତର

କଳାହାଣ୍ଡି, ୨୩/୦୧- ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା। କୋଇଲା ଟ୍ରକ ତଳେ ଚାପି ହୋଇ ଜଣେ ବ୍ୟକ୍ତି ଜୀବନ ହାରିବାର କେଇଘଣ୍ଟା ନବିତୁଣୁ ଆଜି ଅପରାହ୍ନରେ ଘଟିଛି ଆଉ ଏକ ଦୁର୍ଘଟଣା। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଛନ୍ତି ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ଜାମଗୁଡା ବାବା ପଡ଼ାର ସଦା ମାଝୀ। ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିବାବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି ସିକେରକୁପା ପୁଲିସ। ସିକେରକୁପା ଫାଣ୍ଡି ଅଧିକାରୀ ମୀନକେତନ ଶବର, ପୁଲିସ କର୍ମୀ ଗୋକୁଳ ସାହୁ ପ୍ରମୁଖ ଗୁରୁତର ସଦାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ