Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଲ ତୋଳିବା ବେଳେ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଜୟପୁର: ଘରୁ ବାହାରିବାକୁ ବି ଲାଗୁଛି ଡର । କାରଣ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ । କୋରାପୁଟ ଜିଲ୍ଲା ଜୟପୁର ଅମ୍ବଗୁଡ଼ାରେ ସକାଳୁ ସକାଳୁ ଜଣେ ମହିଳା ଫୁଲ ତୋଳୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଚମ୍ପଟ ମାରିଛନ୍ତି ।

ଅଭିଯୋଗ ଅନୁସାରେ, ସକାଳ ୬ଟା ସମୟରେ ଘର ଆଗରେ ଫୁଲ ତୋଳୁଥିବା ବେଳେ ୨ ଜଣ ଦୁବୃର୍ତ୍ତ ବାଇକରେ ଆସି ସୁନା ଚେନ ଝାମ୍ପି ନେଇଥିଲେ । ମହିଳା ଜଣକ କିଛି ବୁଝିବା ପୂର୍ବରୁ ସୁନା ଚେନ୍ ନେଇ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ ।

ଗତ କିଛି ଦିନ ହେବ ଜୟପୁରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଲୁଟେରାମାନେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ସକାଳେ ଏକାକୀ ମହିଳାଙ୍କୁ ଦେଖିବା କ୍ଷଣି ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଉଛନ୍ତି । ଯାହା ପୂରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ